Saturday , June 25 2022
Home / ବିଶେଷ / ରାଜ୍ୟ ଅଣଗେଜେଟେଡ଼ ବୈଷୟିକ କର୍ମଚାରୀ ସଂଘର ବନ୍ଧୁ ମିଳନ

ରାଜ୍ୟ ଅଣଗେଜେଟେଡ଼ ବୈଷୟିକ କର୍ମଚାରୀ ସଂଘର ବନ୍ଧୁ ମିଳନ

ଭୁବନେଶ୍ୱର,୦୮/୦୯/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ଅଣଗେଜେଟେଡ଼ ବୈଷୟିକ କର୍ମଚାରୀ ସଂଘର ଅଫିସ୍ ଗୃହରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଭୋଇଙ୍କ ଆହ୍ୱାନକ୍ରମେ କୃଷି ଯାନ୍ତ୍ରିକ ବିଭାଗର ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏଥିରେ ସାଧାରଣ ସମ୍ପାଦକ କାହ୍ନୁଚରଣ ମଲ୍ଲିକ, ଉପଦେଷ୍ଟା ଭାବେ ଶ୍ରୀଯୁକ୍ତ କ୍ଷେତ୍ରମୋହନ ଦାସ, ଶ୍ରୀଯୁକ୍ତ ଗୋକୁଳାନନ୍ଦ ବେହେରା ଯୋଗ ଦେଇ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଆସନ୍ତା ୨୪ ତାରିଖରେ ସମସ୍ତ ବୈଷୟିକ କର୍ମଚାରୀମାନେ ଯୋଗଦେଇ ସମିତିର ୭ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଆହ୍ୱାନ ଦେଇଥିଲେ । ଏହାକୁ ରାଜ୍ୟ ଅଣଗେଜେଟେଡ଼ ବୈଷୟିକ କର୍ମଚାରୀ ସଂଘ ସମର୍ଥନ ଜଣାଇବା ସହିତ ଆସନ୍ତା ରାଲିରେ ସମସ୍ତ କର୍ମଚାରୀମାନେ ଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ

କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …

Leave a Reply

Your email address will not be published. Required fields are marked *