ତାରପୁର, ୦୮/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି ସମ୍ବାଦ ଆମ ଓଡ଼ିଶା କ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ , ହସ୍ତାକ୍ଷର ଓ ଭାଷା ଜ୍ଞାନ ପରୀକ୍ଷା ରେ ରଘୁନାଥପୁର ବ୍ଲକ୍ ରେ ୧୫୯ ଜଣ ପ୍ରତିଯୋଗି ଭାଗ ନେଇଚନ୍ତି । ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମାହାଳହାଟ ଠାରେ ଅନୁଷ୍ଠିତ ଏହି ପରୀକ୍ଷାରେ ଚିତ୍ରାଙ୍କନରେ ୬୫, ହସ୍ତାକ୍ଷରରେ ୬୮, ଭାଷା ଜ୍ଞାନରେ ୨୬ ଜଣ ପ୍ରତିଯୋଗି ଭାଗ ନେଇଥିଲେ । ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୧ ଘଂଟା ଧରି ଚାଲିଥିବାବେଳେ ସ୍କୁଲ ର ପ୍ରଧାନ ଆଚାର୍ଯ୍ୟ ଆଲୋକ ବିହାରୀ ମହାପାତ୍ର, ଶିକ୍ଷକ ଦିଲିପ କୁମାର ମଲିକ, ଅକ୍ଷୟ କୁମାର ପଣ୍ଡା, ଆଚାର୍ଯ୍ୟା ହିମାନୀ ବିଶ୍ୱାଳ, ସ୍ମୃତିମୟୀ ବିଶ୍ୱାଳ, ଲତିକା ବାରିକ ପ୍ରମୁଖ ପରୀକ୍ଷା ପରିଚାଳନାରେ ଭାଗ ନେଇଥିବାବେଳେ ଚିତ୍ରାଙ୍କନରେ ଆକାଡକ୍ଷା ଭୁୟାଁ ୫ମ ଶ୍ରେଣୀ ୧ମ ସ୍ଥାନ, ଆଶୁତୋଷ ମହାପାତ୍ର ୪ର୍ଥ ଶ୍ରେଣୀ ୨ୟ ସ୍ଥାନ, ପ୍ରଭୁ ପ୍ରତୀକ ପରିଡ଼ା ୫ମ ଶ୍ରେଣୀ ୩ୟ ସ୍ଥାନ , ହସ୍ତାକ୍ଷର ପରୀକ୍ଷାରେ ସମୀକ୍ଷା ରଥ ୭ମ ଶ୍ରେଣୀ ୧ମ , ସୁନୀଲ ଓଝା ୭ମ ଶ୍ରେଣୀ ୨ୟ , ଜ୍ୟୋତ୍ସ୍ନାରାଣୀ ସାହୁ ୭ମ ଶ୍ରେଣୀ ୩ୟ ସ୍ଥାନ ଅଧିକାର କରିଥିବାବେଳେ ଭାଷା ଜ୍ଞାନ ପରୀକ୍ଷାରେ ଶୁଭଲକ୍ଷ୍ମୀ ବେଉରା ୧୦ ମ ଶ୍ରେଣୀ ୧ମ , ବିଶ୍ୱପ୍ରଜ୍ଞା ମହାନ୍ତି ୮ମ ଶ୍ରେଣୀ ୨ୟ ଓ ବୈଶାଖି ମହାପାତ୍ର ୧୦ ଶ୍ରେଣୀ ୩ୟ ସ୍ଥାନ ଅଧିକାର କରିଥିଲେ । ଏଥିରେ ସମ୍ବାଦ ଓ ଆମ ଓଡ଼ିଶାର ବ୍ଲକ୍ ସଂଯୋଜକ ତପନ କୁମାର ସ୍ୱାଇଁ ସହଯୋଗ କରିଥିଲେ । ଓଡ଼ିଶା ସମାଚାର