ପୁରୀ,୦୮/୦୯/୨୦୧୯(ଓଡ଼ିଶା ସମାଚାର)- ବନ୍ଦ ରହିଥିବା ବଡ଼ ଆଖଡ଼ା ମଠ ଭଙ୍ଗା ଆଜି ପୁଣି ଆରମ୍ଭ ହୋଇଛି । ସକାଳ ୬ ଟାରୁ ଶାନ୍ତି ଶୃଙ୍ଖଳାର ସହିତ ଏହି ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଆମିକସ କ୍ୟୁରୀ ସରକାରଙ୍କ ପଦକ୍ଷେପକୁ ସବୁଜ ସେଙ୍କତ ଦେବା ପରେ ରାତିରେ ଜିଲାପାଳ ବଡ଼ ଆଖଡ଼ା ମଠ ମହନ୍ତ ଙ୍କ ସହିତ ଆଲୋଚନା କରିବା ପରେ ତାଙ୍କୁ ମଠରୁ ସ୍ଥାନାନ୍ତରିତ କରାଯାଇଛି । ୬ ଜଣ ମାଜିଷ୍ଟ୍ରେଟ୍, ଉପଜିଲାପାଳ, ଅତିରିକ୍ତ ଜିଲାପାଳ ଉପସ୍ଥିତ ରହି ୬ ଟି ଜେସିବି ସାହାଯ୍ୟରେ ଭଙ୍ଗା କାର୍ଯ୍ୟ ଚାଲିଥିବାବେଳେ ୩୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଓଡ଼ିଶା ସମାଚାର