Friday , October 22 2021
Home / ବିଶେଷ / ପୁଣି ଭାରରେ ବୁହା ହେଲା ଶବ

ପୁଣି ଭାରରେ ବୁହା ହେଲା ଶବ

କଳାହାଣ୍ଡି,୦୮/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- ପୁଣି ଭାରରେ ବୁହାହେଲା ଶବ । ଅଧା ବାଟରେ ଆମ୍ବୁଲାନ୍ସ ଛାଡି ପଲାଇବାରୁ ସମ୍ପର୍କୀୟ ପ୍ରାୟ ୧୦ କି.ମି. ପର୍ଯ୍ୟନ୍ତ ଭାରରେ ବୋହି ଗାଁ କୁନେଲେ । ଏ ଭଲି ଘଟଣାର ପୁଣି ପୁନରାବୃତି ହୋଇଛି କଳାହାଣ୍ଡି ଜିଲ୍ଲାର ସେଇ ଆଦିବାସୀ ଓ ଦୁର୍ଗମ ଅଂଚଳ ଥୁଆମୂଳରାମପୁର ବ୍ଳକରେ । ସୁଚନା ଅନୁସାରେ ସିଲେଟ ପଂଚାୟତ ଅନ୍ତର୍ଗତ ରୁପେନ ଗାଁର ଟାଙ୍ଗରୁ ମାଝୀଙ୍କ ପନôୀ ଲକ୍ଷ୍ମୀ ମାଝୀ ଆଜକୁ ଏକ ମାସ ହେବ ପ୍ରସୂତୀ ପାଇଁ ଭବାନୀପାଟଣା ଡାକ୍ତରଖାନା ରେ ଭର୍ତି ହୋଇଥିଲେ । ଗତ ଚାରିଦିନ ତଲେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ତେବେ ଚିକିସôିତ ଅବସ୍ଥାରେ ଡାକ୍ତରଖାନାରେ ଲକ୍ଷ୍ମୀ ମାଝୀଙ୍କର ମୃତୁ୍ୟ ହୋଇଥିଲା । ଶବବାହକ ଗାଡି ମୃତ ଲକ୍ଷ୍ମୀଙ୍କୁ ନେଇ କେବଳ କେରପାଇ ପଂଚାୟତ ପର୍ଯ୍ୟନ୍ତ ଯାଇଥିଲା । ରାସ୍ତା ଶୋଚନୀୟ ଥିବାରୁ ଶବବାହକ ଗାଡି ନେବାକୁ ଡ୍ରାଇଭର ମନାକଲା । ଅନ୍ୟ ଉପାୟ ନପାଇ ଦୀର୍ଘ ୧୦ କି.ମି. ରାସ୍ତା ଭାରରେ ବୋହି ନେଇଥିବାବେଲେ ବାଟରେ ପଟ୍ଟା ନଦୀ ଓ ଅନ୍ୟ ନାଳକୁ ପାରିକରି ବହୁକଷ୍ଟରେ ଶବକୁ କେନ୍ଧେଇ ନେଇଥିବା ଦେଖିବାକୁ ମିଲିଛି । କେବେ ଏହି ଦୁର୍ଗମ ଅଂଚଳରେ ବସବାସ କରୁଥିବା ଆଦିବାସୀଙ୍କ ଗମନାଗମନ ସୁବିଧା ପାଇଁ ପ୍ରଶାସନର ଦୃଷ୍ଟିକେବେ ପଡିବ ତାହା ଦେଖିବାକୁ ବାକିରହିଲା । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *