Saturday , December 4 2021
Home / ତାଜା ଖବର / ଦଶ ହଜାର ଟଙ୍କା ଲାଂଚ ନେବା ସମୟରେ ଗୋଲାମୁଣ୍ଡା ଥାନା ପୋଲିସ ଏଏସ୍ଆଇ ଭିଜଲାନ୍ସ ଦ୍ୱାରା ଗିରଫ

ଦଶ ହଜାର ଟଙ୍କା ଲାଂଚ ନେବା ସମୟରେ ଗୋଲାମୁଣ୍ଡା ଥାନା ପୋଲିସ ଏଏସ୍ଆଇ ଭିଜଲାନ୍ସ ଦ୍ୱାରା ଗିରଫ

କଳାହାଣ୍ଡି,୦୮/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଏଏସ୍ଆଇ ରାଜକପୁର ବେହେରା ଲାଂଚ ନେବା ସମୟରେ ଭିଜଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି । ଏକ ଜମିବାଡି ସମ୍ବନ୍ଧୀୟ କେଶ ପାଇଁ ଡୁଡକେଲା ଗ୍ରାମର ତ୍ରିନାଥ ନାଏକଙ୍କୁ ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ । ତ୍ରିନାଥ ନାଏକ ଭିଜଲାନ୍ସର ଦ୍ୱାରସ୍ଥ ହେବାପରେ ଆଜି ପ୍ଳାନ ମୁତାବକ ୧୦ ହଜାର ଟଙ୍କା ନେଇ ଏଏସ୍ଆଇ ରାଜକପୁର ବେହେରାଙ୍କୁ ଦେଇଥିଲେ ଓ ଏଏସ୍ଆଇ ତାହା ସ୍ୱୀକାର କରିଥିଲେ । ଠିକ ଏହି ସମୟରେ ଭିଜଲାନ୍ସ ଚଢ଼ାଉ କରିଥିଲେ । ଭିଜଲାନ୍ସ ଦ୍ୱାରା ରାସାୟନିକ ବୋଳା ଟଙ୍କା ଏଏସଆଇ ରାଜକପୁର ବେହେରାଙ୍କ ପାଖରୁ ଜବତ ହୋଇଥିଲା । ତାଙ୍କ ହାତ ଓ ପକେଟ ରୁ ରଙ୍ଗ ପାଣି ବାହାରିଥିଲା । ଭିଜଲାନ୍ସ ଟିମ୍ ଏଏସଆଇ ରାଜକପୁର ବେହେରାଙ୍କୁ ଗିରଫ କରିଛି । ଏହାପରେ ଶ୍ରୀ ବେହେରାଙ୍କର ଥାନା ପରିସର ରେ ଥିବା ସରକାରୀ ବାସଭବନ, କେସିଙ୍ଗା ଥାନା ଅନ୍ତର୍ଗତ ଉତକେଲା ଗାଁ ରେ ଥିବା ତାଙ୍କ ଘର ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ବାଇକ ଚାଳକ ମୃତ

ଭୁବନ,୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଆଜି ସକାଳ ୮ ଘଟିକା ସମୟରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ …

Leave a Reply

Your email address will not be published. Required fields are marked *