Wednesday , December 8 2021
Home / ବିଶେଷ / ତିନି ବର୍ଷ ବିତିଲା  – ଅଦ୍ଧିନିର୍ମିତ ଅବସ୍ଥାରେ ପଡି ରହିଛି କଲ୍ୟାଣ ମଣ୍ଡପ

ତିନି ବର୍ଷ ବିତିଲା  – ଅଦ୍ଧିନିର୍ମିତ ଅବସ୍ଥାରେ ପଡି ରହିଛି କଲ୍ୟାଣ ମଣ୍ଡପ

ଗରଦପୁର,୦୮/୦୯/୨୦୧୯(ଓଡ଼ିଶା ସମାଚାର)-ବିଭାଗୀୟ ଅବହେଳା ଓ ରାଜନୈତିକ ଛକପଞ୍ଝା ଲାଗି ରହିଥିବା ଯୋଗୁଁ ଗତ ତିନି ବର୍ଷ ହେଲା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଛି କଲ୍ୟାଣ ମଣ୍ଡପ । ଏହି ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପକୁ ସମ୍ପୂର୍ଣ୍ଣ କରିବା ପାଇଁ ବ୍ଲକ ପ୍ରଶାସନ କିମ୍ବା ସ୍ଥାନୀୟ ସରପଂଚ ଆଗ୍ରହ ପ୍ରକାଶ କରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି । ପ୍ରକାଶ ଯେ, ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁରସ୍ଥିତ ଶନି ମନ୍ଦିର ପରିସରରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ପାଇଁ ଗତ ୨୦୧୬ ମସିହା ସେପ୍ଟେମ୍ବର ମାସରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପଂଚାୟତ ପ୍ରଶାସନଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ  କାର୍ଯ୍ୟାଦେଶରେ ନିର୍ଦ୍ଧେଶ ରହିଥିଲା । ମାତ୍ର ରାଜନୈତିକ ଛକାପଞ୍ଝା ଲାଗି ରହିଥଇବାରୁ ଏହି କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି । ଯାହା ଫଳରେ ଏହା ସାଧାରଣ ଲୋକମାନଙ୍କ କାର୍ଯ୍ୟରେ ଆସି ପାରୁ ନାହିଁ । ଏହି କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ତତକାଳିନ ସମୟରେ ସ୍ଥାନୀୟ ହରିଦାସପୁର ଗ୍ରାମର ସରୋଜ ସାମଲଙ୍କୁ ପଂଚାୟତ ପ୍ରଶାସନ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । କାର୍ଯ୍ୟାଦେଶ ମିଳିବା ପରେ ସେପ୍ଟେମ୍ବର ମାସରୁ କାର୍ଯ୍ୟ ଆରମ୍ଭ କରି କଲ୍ୟାଣ ମଣ୍ଡପର ଡିପିସି ଠାରୁ ଅଳ୍ପ କିଛି କାର୍ଯ୍ୟ କରିବା ପରେ ନଭେମ୍ବର ମାସରେ ଠିକାଦାର କାର୍ଯ୍ୟ କନ୍ଦ କରିଥିଲେ । ଏ ସମ୍ପର୍କରେ ସମ୍ପୃକ୍ତ ଠିକାଦାର ସରୋଜ ସାମଲଙ୍କୁ ପଚାରିବାରେ ସେ କହନ୍ତି ଯେ,ପଂଚାୟତରୁ କାର୍ଯ୍ୟାଦେଶ ପାଇଁ କାର୍ଯ୍ୟ କରିଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀଙ୍କ ପକ୍ଷରୁ ତାଙ୍କୁ ପ୍ରାପ୍ୟ ଅର୍ଥ ପ୍ରଦାନରେ ବହୁ ବହେଳା କରିଥିବା ଏବଂ ୨୦୧୬ ମସିହା ନଭେମ୍ବର ମାସରେ କରାଯାଇଥିବା କାର୍ଯ୍ୟର ଅର୍ଥକୁ ୨୦୧୮ ମାର୍ଚ୍ଚ ୩୧ ତାରିଖ ଦିନ ମାତ୍ର ୪ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରିଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପରବର୍ତୀ ସମୟରେ ପଂଚାୟତ ନିର୍ବାଚନ ଶେଷ ହେବା ପରେ ନୂତନ ଭାବରେ ଗଢାଯାଇଥିବା ପଂଚାୟତ ପ୍ରଶାସନ ସମ୍ପୃକ୍ତ ଠିକାଦାରଙ୍କୁ ଆବଶ୍ୟକ କାଗଜପତ୍ର ଦର୍ଶାଇବାକୁ କହିଥିଲା । ଠିକାଦାର ପଂଚାୟତ ପ୍ରଶାସନଙ୍କ ନିକଟରେ ଆକଶ୍ୟକ କାଗଜପତ୍ର ଦର୍ଶାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟର ଅଗ୍ରଗତି ଘଟୁ ନାହିଁ ।  ଏ ସମ୍ପର୍କରେ ଗରଦପୁର ବିଡିଓ ଧରଣୀଧର ବେହେରାଙ୍କୁ ପଚାରିବାରେ ସେ କହନ୍ତି ଯେ, ପଂଚାୟତ ଅର୍ଥରେ ଏହା ନିର୍ମାଣ କରାଯାଉଥିଲା । କାର୍ଯ୍ୟ ଦୀର୍ଘ ଦିନ ହେଲା ବନ୍ଦ ହେବାର ଖବର ଜାଣିବା ପରେ ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯାଉଛି । ତୁରନ୍ତ ସମସ୍ୟାର ସମାଧାନ କରାଯାଇ ଅସମ୍ପୂର୍ଣ୍ଣ ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ । ପ୍ରକାଶ ଯେ, ଏହି ସ୍ଥାନରେ ଅଂଚଳର ପ୍ରସିଦ୍ଧ ଶନିମନ୍ଦିର ରହିଥିବାବେଳେ, ପାଶ୍ୱର୍ରେ ମା’ ସନ୍ତେଷୀ ମନ୍ଦିର,ସାଇ ମନ୍ଦିର,ମହାଦେବଙ୍କ ମନ୍ଦିରଭଳି ଦେବା ଦେବୀଙ୍କ ମନ୍ଦିର ରହିଛି । ଏହି ସ୍ଥାନକୁ ଅଂଚଳର ଶ୍ରଦ୍ଧାଳୁମାନେ ଭିନ୍ନ ଭିନ୍ନ ସମୟରେ ଆସୁଥିବାବେଳେ, ଗତ କିଛି ବର୍ଷ ହେବ ଏଠାରେ ‘ଚିତ୍ରୋତ୍ପଳା ମହୋତ୍ସବ’ ଅନୁଷ୍ଠିତ ହୋଇ ଆସୁଛି । ତେଣୁ ଏହି ସ୍ଥାନର ଗୁରୁତ୍ୱ ରହି ଥିବାରୁ ପ୍ରଶାସନ ଦୃଷ୍ଟି ଦେଇ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଥିବା ଏହି କଲ୍ୟାଣ ମଣ୍ଡପକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ଅଂଚଳରୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *