Saturday , May 28 2022
Breaking News
Home / ବିଶେଷ / ଟ୍ରାଫିକ୍ ପାଇଁ ହେଲପ୍ ଲାଇନ୍ ନମ୍ବର ଜାରୀ କଲେ ରାଜ୍ୟ ସରକାର

ଟ୍ରାଫିକ୍ ପାଇଁ ହେଲପ୍ ଲାଇନ୍ ନମ୍ବର ଜାରୀ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୦୮/୦୯/୨୦୧୯(ଓଡ଼ିଶା ସମାଚାର)-ମୋଟର ଯାନ ଆଇନରେ ସହାୟତାପାଇଁ ରାଜ୍ୟ ସରକାର ହେଲ୍ପ ଲାଇନ୍ ନମ୍ବର ଜାରୀ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ୧୮୦୦-୩୪୫-୧୦୭୩ଜାରୀ କରାଯାଇଛି । ଫାଇନ୍ ଆଦାୟବେଳେ ସମସ୍ୟା ଦେଖାଦେଲେ ଲୋକେ ଏହି ନମ୍ବରରେ କଲ୍ କରିପାରିବେ । ସକାଳ ୮ଟାରୁ ରାତି୧୦ଟା ଯାଏଁ ଏହି ସହାୟତା କେନ୍ଦ୍ର ଖୋଲା ରହିବ । ସେହିପରି ସବୁ ଆରଟିଓରେ ହେଲ୍ପ ଡେସ୍କ ଖୋଲିବ । ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଏହି ହେଲ୍ପ ଡେସ୍କ ଖୋଲାଯିବ । ଏହାସହ ଫିଟନେସ୍ ସାର୍ଟିଫିକେଟ୍ ଓ ରିନ୍ୟୁଆଲ ପାଇଁ ଅଧିକ ବ୍ୟବସ୍ଥା କରିବାକୁ କୁହାଯାଇଛି । ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ ସ୍ଲଟ୍ ଖୋଲିବାକୁ ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସନ୍ ସମସ୍ତ ଆରଟିଓ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କ ସ୍ୱତନ୍ତ୍ର ଉପକରଣ ନିମନ୍ତେ ଶିବିର

ଗରଦପୁର, ୨୭/୦୫/୨୦୨୨( ଓଡ଼ିଶା ସମାଚାର )-  ADIP ଓ  RVY  ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଚିହ୍ନଟ ଶିବିର ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *