Saturday , October 16 2021
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ ଓଡ଼ାସିଂହ ପଂଚାୟତ ଗସ୍ତ, ପଂଚାୟତର ବହୁ ଅନିୟମିତତା କାର୍ଯ୍ୟ ଜିଲ୍ଲାପାଳଙ୍କ ନଜରକୁ ଆସିଲା

ଜିଲ୍ଲାପାଳଙ୍କ ଓଡ଼ାସିଂହ ପଂଚାୟତ ଗସ୍ତ, ପଂଚାୟତର ବହୁ ଅନିୟମିତତା କାର୍ଯ୍ୟ ଜିଲ୍ଲାପାଳଙ୍କ ନଜରକୁ ଆସିଲା

ସାଲେପୁର, ୦୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଓଡ଼ାସିଂହ ଗ୍ରାମପଂଚାୟତରେ ସରକାରୀ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ନହେବା, ପଂଚାୟତର ନିୟମିତ ମାସିକ ବୈଠକ ନହେବା ଓ ପଂଚାୟତ ନିର୍ବାହୀ ଅଧିକାରୀ ଦୀର୍ଘଦିନ ହେବ ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ନୂତନ ଭାବେ ଯୋଗଦେଇଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର ନକରିବା ଆଦି ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ପଂଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ହଠାତ୍ ଶନିବାର ଅପରାହ୍ଣ ୪ଟା ସମୟରେ ଓଡ଼ାସିଂହ ପଂଚାୟତ କାର୍ଯ୍ୟାଳୟରେ ପହଂଚି ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏହି ପଂଚାୟତରେ ସରକାରଙ୍କ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ଦୀର୍ଘ ୧ମାସରୁ ଉଦ୍ଧ୍ୱର୍ ଦିନ ହେବ ଏହି ପଂଚାୟତର ନିର୍ବାହୀ ଅଧିକାରୀ ପ୍ରଦୀପ୍ତ ଦାସଙ୍କର  ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ନୂତନ ଭାବେ ନିର୍ବାହୀ ଅଧିକାରୀ ରୂପେ ଯୋଗଦେଇଥିବା ଜଗନ୍ନାଥ ପ୍ରଧାନଙ୍କୁ ସେ ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ଏହି ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ଉପୁଜିଥିଲା । ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ କିଶୋର ପଣ୍ଡା ଶ୍ରୀ ଦାସଙ୍କୁ ବାରମ୍ବାର ତାଗିଦ୍ କରିଥିଲେ ମଧ୍ୟ ଅଦ୍ୟାବଧି ସେ ଦାୟିତ୍ୱ ହସ୍ତାନ୍ତର କରିନଥିବାରୁ ଜିଲ୍ଲାପାଳ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ବୁଧବାର ମଧ୍ୟରେ ଯଦି ଦାୟିତ୍ୱ ହସ୍ତାନ୍ତର ନକରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରାଯାଇଛି । ସେହିପରି ଓଡ଼ାସିଂହ ପଂଚାୟତରେ ନିୟମିତ ବୈଠକ ହେଉନାହିଁ ବୋଲି ଏହି ପଂଚାୟତର ବହୁ ୱାର୍ଡସଭ୍ୟ ସରପଂଚଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ସେହିପରି ନାନ୍ଦୋଳ ପଂଚାୟତର ନିର୍ବାହୀ ଅଧିକାରୀ କେଶବ ବେହେରାଙ୍କର ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ନୂତନ ଭାବେ ଯୋଗଦେଇଥିବା ସୁପ୍ରିୟା ସିଂହଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ଯଦି ଏହି ଦୁଇ ପଂଚାୟତର ପୂର୍ବତନ ନିର୍ବାହୀ ଅଧିକାରୀମାନେ ବୁଧବାର ମଧ୍ୟରେ ନୂତନ ଭାବେ ଯୋଗଦେଇଥିବା ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର ନକରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଓଡ଼ିଶା

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *