Sunday , October 17 2021
Breaking News
Home / ତାଜା ଖବର / ଗଛରୁ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଛରୁ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସାଲେପୁର୦୮/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା)- ବୋଦାମୁଣ୍ଡାଇ ରାସ୍ତାକଡ଼ରେ ଥିବା ଏକ ଓଉ ଗଛରୁ ଜଣେ ମାଛ ବ୍ୟବସାୟୀଙ୍କ ମୃତ ଦେହକୁ ସାଲେପୁର ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ଜଣାଯାଇଛି । କେହି ସଂପୃକ୍ତ ଯୁବକକୁ ହତ୍ୟାକରି ଏଠାରେ ଗଛରେ ଝୁଲାଇଦେଇଥିବା ଯୁବକର ପରିବାର ଲୋକ ସନ୍ଦେହ କରି ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବରରୁ ପ୍ରକାଶ ଯେ ବରାଦ ଗ୍ରାମର କୁନ ସେଠୀଙ୍କ ପୁତ୍ର କାର୍ତିକ ସେଠୀ(୨୮) ନିଜ ମାମୁଘର ବୋଦାମୁଣ୍ଡାଇ ଅଂଚଳରେ ରହି ବୋଦାମୁଣ୍ଡାଇ ବଜାରରେ ମାଛ ଦୋକାନ କରି ବ୍ୟବସାୟ କରିଆସୁଥିଲେ । ସେ ଶୁକ୍ରବାର ରାତିରେ ନିଜ କୋଠରୀକୁ ଶୋଇବାକୁ ଯାଇଥିବାବେଳେ ଶନିବାର ସକାଳୁ ନିଜ ଘର ନିକଟରେ ଥିବା ଏକ ଓଉ ଗଛରେ ତାଙ୍କର ମୃତଦେହ ଝୁଲୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଗଛରେ କାର୍ତିକ ବେକରେ ଏକ ବେଲ୍ଟ ଲାଗିଥିବାବେଳେ ଗଛ ଉପରେ ବସିଥିବା ଅବସ୍ଥାରେ ତା’ର ମୃତ ଦେହ ରହିଥିଲା । ଏନେଇ ସ୍ଥାନୀୟ ଲୋକ ତାଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ପରିବାର ଲୋକ ଘଟଣାସ୍ଥଳରେ ପହଂଚି, ପୁଅ କାର୍ତିକର ମୃତ ଦେହକୁ ନେଇଥିଲେ । ଏନେଇ କାର୍ତିକର ବାପା କୁନ ସେଠୀ ତାଙ୍କ ପୁଅକୁ କେହି ହତ୍ୟାକରି ଗଛରେ ଝୁଲାଇଥିବାର ସନ୍ଦେହ କରି ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସାଲେପୁର ପୋଲିସ ଘଟଣାସ୍ଥଳରେ ପହଂଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇବା ସହ ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ସାଲେପୁର ଥାନା ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।  ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *