ଭୁବନେଶ୍ୱର,୦୮/୦୯/୨୦୧୯(ଓଡ଼ିଶା ସମାଚାର)- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀରରଞ୍ଜନ ଦାଶ ଉଚ୍ଚମାଧ୍ୟମିକ ପରିଷଦର ପ୍ରତିଷ୍ଠା ଦିବସ ଅବସରରେ ଯୋଗଦାନକରି କହିଲେ ଯେ ରାଜ୍ୟରେ ଗୁଣାତ୍ମକଶିକ୍ଷାର ବିକାଶ ହେଲେ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ।ଜାତୀୟ ସେବା ଯୋଜନାରେ ଛାତ୍ରଛାତ୍ରୀମାନଙ୍କର ନିଃସ୍ୱାର୍ଥପର ସେବା ମନୋଭାବର ଆବଶ୍ୟକତା ରହିଛି । ରାଜ୍ୟର ଯୁକ୍ତ-୨ରେ ପଢ଼ୁଥିବା କଳା,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାର ସୁପରିଚାଳନା ଏବଂ ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବା ସଂପର୍କରେ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ସଂପର୍କରେ ଉପସ୍ଥିତ ବିଭାଗୀୟ କର୍ମକର୍ତାଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍,ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକ,ବିଭାଗୀୟ ସଚିବ ଶ୍ରୀ ସୁବ୍ରତ କୁମାରପଣ୍ଡା, ପରୀକ୍ଷା ନିୟନ୍ତ୍ରକ ଡ. ବିଜୟକୁମାର ସାହୁ, ଉପପରୀକ୍ଷା ନିୟନ୍ତ୍ରକ ଶ୍ରୀପ୍ରଶାନ୍ତ କୁମାର ଦାଶ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ବିଭାଗୀୟ ସଚିବ ଶ୍ରୀପଣ୍ଡା ବାର୍ଷିକ ବିବରଣୀ ପାଠକରିଥିବାବେଳେ ଉପପରୀକ୍ଷା ନିୟନ୍ତ୍ରକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନାରେ ସର୍ବୋତମ ସ୍ୱେଚ୍ଛାସେବାର କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତକରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସନ୍ଧ୍ୟାରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା “ସ୍ୱାର୍ଥପର’ନାଟକ ପରିବେଷଣ କରାଯିବ ବୋଲି ଜଣାଯାଇଛି । ଓଡ଼ିଶା ସମାଚାର