ଜଗତସିଂହପୁର, ୦୭/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲ୍ଲ୍। ମୁଖ୍ୟ ଚିକିତ୍ସାଳୟ ଓ.ପି.ଡି ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ୩୪ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି । ଏହି ଦିବସରେ ଆଧ୍ୟକ୍ଷତା କରି ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଜୟ କୁମାର ବୈଠାରୁ କହିଲେ ୩୪ତମ ଚକ୍ଷୁଦାନ ପକ୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରାଯାଉଛି । ଚକ୍ଷୁ ହେଉଛି ପଂଚ ଇନ୍ଦ୍ରିୟ ମଧ୍ୟରୁ ଅନ୍ୟତମ । ମନୁଷ୍ୟ ଚକ୍ଷୁଦ୍ୱାରା ସମସ୍ତ କାର୍ଯ୍ୟ ସଂପାଦନ କରେ । ପରିସ୍ଥତି କୁ ହୃଦୟଙ୍ଗମ କରିବା ସହିତ ଉପଲବ୍ଧ କରିଥାଏ । ଯେଉଁମାନଙ୍କର ଜନ୍ମରୁ ଆଖି ନାହିଁ ସେମାନେ ଦୁନିଆକୁ ଦେଖି ପାରନ୍ତି ନାହିଁ । କୋଡିଏ ହଜାରରୁ ଉର୍ଦ୍ଧ ବ୍ୟକ୍ତିଙ୍କର ଦୁର୍ଘଟଣା ଦ୍ୱାରା ଚକ୍ଷୁ ନଷ୍ଟ ହୋଇଯାଏ । ମୃତ ବ୍ୟକ୍ତିଙ୍କର ୬ରୁ ୮ ଘଂଟା ମଧ୍ୟରେ ଚକ୍ଷୁ ଆଣି ୩୬ ଘଣା ମଧ୍ୟରେ ଚକ୍ଷୁହୀନ ଲୋକର ପ୍ରତିରୋପଣ କରାଯାଏ । ଆଜିକାଲି ମଣିଷର ବିଭିନ୍ନ ଅଙ୍ଗ ବ୍ରେନ୍,କିଡ୍ନୀ,ହାର୍ଟ,ଲିଭର,ଚକ୍ଷୁ ଆଦି ପ୍ରତିରୋପଣ କରାଯାଇ ପାରୁଛି । ଚକ୍ଷୁଦାନ ସଂପର୍କରେ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରିବାକୁ ମତବ୍ୟକ୍ତ କରିଥିଲେ । ଚକ୍ଷୁ ବିଶେଷଜ୍ଞ ଡଃ ଅଶୋକ କୁମାର ମିଶ୍ର ଯୋଗଦେଇ କହିଲେ ଚକ୍ଷୁର କର୍ଣ୍ଣିଆ ବା ସ୍ୱଛ ପଟଳ କୁ ପ୍ରତିରୋପଣ କରାଯାଏ ।
ଶ୍ରୀ ଲଙ୍କାରେ ଅଧିକ ଲୋକ ଚକ୍ଷୁଦାନ କରିଥାନ୍ତି । ଭୁବନେଶ୍ୱରରେ ଏଲ୍.ବି.ପ୍ରସାଦ ଚକ୍ଷୁ ଚିକିତ୍ସାଳୟରେ ଚକ୍ଷୁ ପ୍ରତିରୋପଣ କରାଯାଏ । ଆତ୍ମିୟ ସ୍ୱଜନ ମାନେ ଚାହିଁଲେ ମୃତବ୍ୟକ୍ତିର ଚକ୍ଷୁଦାନ କରି ପାରିବେ । ଶୀତଦିନେ ମୃତୁ୍ୟପରେ ୬ଘଣା ଓ ଗ୍ରୀଷ୍ମଦିନେ ୪ଘଣା ମଧ୍ୟରେ ଚକ୍ଷୁଦାନ କରିପାରିବେ । ୮୦ ବର୍ଷରୁ ଉର୍ଦ୍ଧ ଲୋକ ଚକ୍ଷୁଦାନ କରିପାରିବେ ନାହିଁ । ଚକ୍ଷୁଦାନ କରିବା ପାଇଁ ଇଛୁକବ୍ୟକ୍ତି ବିଶେଷ ଦୃଷ୍ଟିଦାନ,ଖାରବେଳ ନଗର ଭୁବନେଶ୍ୱରକୁ ଦୂରଭାଷ ୯୩୩୭୭୦୪୬୩୭ ରେ ଯୋଗାଯୋଗ କରିପାରିବେ । କିମ୍ବା ଏଲ୍.ବି.ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଦୂରଭାଷା ନଂ -୦୬୭୪୩୯୮୭୯୯୯ ଓ ୦୬୭୪-୪୩୯୮୯୨୦୨ ରେ ଯୋଗାଯୋଗ କରିପାରିବେ । ଏ.ଡି.ପି.ଏଚ୍.ଓ ଡଃ ଶ୍ରୀ ରାୟ ଯୋଗଦେଇ କହିଲେ ଭାରତରେ ୧୯୭୬ ମସିହାରୁ ଜାତୀୟ ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଅଛି । ସରକାରଙ୍କ ସୁନେତ୍ର ଯୋଜନାରେ ଚକ୍ଷୁ ଚିକିତ୍ସା କରାଯାଇ ମାଗଣାରେ ଚଷମା ବଣନ କରାଯାଉଛି । ମୋତିଆ ବିନ୍ଦୁ ୬୦ପ୍ରତିଶତରୁ ଅଧିକ,ଟ୍ରାକୋମା,ମଧୁମେହ ନିୟନ୍ତ୍ରଣରେ ନଥିଲେ ,ଆଖିର ପ୍ରେସର ବଢିଗଲେ ବ୍ୟକ୍ତି ଅନ୍ଧ ହେବାର ସମ୍ଭାବନା ଥାଏ ।
ଠକ ଚିକିତ୍ସକଙ୍କ ପାଖରେ ଚକ୍ଷୁ ପରୀକ୍ଷା ନକରି ଚକ୍ଷୁ ବିଶେଷଜ୍ଞଙ୍କ ପାଖରେ ଚକ୍ଷୁ ପରୀକ୍ଷା କରାଇବା ଆବଶ୍ୟକ । ପୂର୍ବତନ ଏ.ଡି.ଏମ୍.ଓ ତଥା ବରିଷ୍ଠ ନାଗରୀକ ଡଃ ରଘୁନାଥ ଜେନା ଯୋଗଦେଇ କହିଲେ ଚକ୍ଷୁ ସଂପର୍କରେ ସଚେତନ ହେବା ସହିତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ । ଚକ୍ଷୁଦାନ କରିବାର ମାନସିକତା ମନରେ ସୃଷ୍ଟି ହେବା ଦରକାର । ବରିଷ୍ଠ ନାଗରୀକ ଶ୍ରୀ ପ୍ରେମାନନ୍ଦ ପଢିହାରୀ ଯୋଗଦେଇ କହିଲେ ଚକ୍ଷୁଦାନ ଏକ ମହତ ଦାନ । ପ୍ରତ୍ୟେକ ବ୍ୟକ୍ତି ସମାଜକୁ କିଛିଦାନ କରିବା ଆବଶ୍ୟକ । ଦାନ ଦ୍ୱାରା ବ୍ୟକ୍ତି ମରିକରି ଅମର ରହେ । ଚକ୍ଷୁଦାନ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ସ୍ତରୀୟ ଓଡିଆ ସ୍ଲୋଗାନ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଏ.ଡି.ପି.ଏଚ୍.ସି.ଓ ଶ୍ରୀ ବୀରେନ୍ଦ୍ର କୁମାର ନାୟକ ଚକ୍ଷୁଦାନ ପକ୍ଷ ପାଳନର ଉଦ୍ଧେଶ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ନାଗରୀକ ଶ୍ରୀ ପ୍ରାଣକୃଷ୍ଣ ସେଠୀ ,ଶ୍ରୀ ଅନିରୁଦ୍ଧ ପାତ୍ର ଓ ସହରର ବରିଷ୍ଠ ନାଗରୀକ,ଛାତ୍ରଛାତ୍ରୀ ଶିକ୍ଷକ,ଶିକ୍ଷୟିତ୍ରୀ,ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା କୋ ଅର୍ଡିନେଟର ଶ୍ରୀମତୀ ସ୍ୱସ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର