Friday , January 28 2022
Breaking News
Home / ତାଜା ଖବର / ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତୁ୍ୟ

ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତୁ୍ୟ

ସାଲେପୁର, ୦୭/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ଗତକାଲି ରାତିରେ ସାପ କାମୁଡ଼ାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀର ମୃତୁ୍ୟ ଘଟିଥିବା ଜଣାଯାଇଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଖବରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ସୁନାଖଣ୍ଡୀ ଗ୍ରାମର ଗୋବିନ୍ଦ ବେହେରାଙ୍କ ଝିଅ ଧରିତ୍ରୀ ବେହେରା(୧୩) ନିଜ ଘରେ ଶୋଇଥିବାବେଳେ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେବାରୁ ସେ ଅଚେତ୍ ହୋଇଯାଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବାବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ଧରିତ୍ରୀ କୁଳିଆ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡ଼ା, ସାପ କାମୁଡ଼ା ଆଦି ଇଂଜେକସନ୍ ମିଳୁନଥିବାରୁ ଅଧିକାଂଶ ସମୟରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ଇଂଜେକସନ୍ ନପାଇ ମୃତୁ୍ୟମୁଖରେ ପଡୁଥିବା ଅଭିଯୋଗ ହୋଇଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ପରିବା ମାର୍କେଟ ରେ ମୋବାଇଲ ଲୁଟେରାଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ

ଭୁବନ,୨୫/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ଡାକବଙ୍ଗଳା ସମ୍ମୁଖରେ ବସୁଥିବା ଦୈନିକ ପରିବା ମାର୍କେଟରେ ରୀତିମତ ମୋବାଇଲ ଚୋରୀ …

Leave a Reply

Your email address will not be published. Required fields are marked *