Tuesday , October 26 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡ଼ି ୪ ନିଖୋଜ

ସଂକ୍ଷେପରେ ତାଜା ଖବର : ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡ଼ି ୪ ନିଖୋଜ

କାମାକ୍ଷାନଗର,୦୭/୦୯/୨୦୧୯(ଓଡ଼ିଶା ସମାଚାର)- ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡ଼ି ୪ ଜଣ ନିଖୋଜ ଥିବା ଖବର ମିଳିଛି । ପ୍ରାପ୍ତ ତାଜା ସୂଚନା ଅନୁସାରେ ମୋଟାଙ୍ଗୀ ଥାନା ଖଡ଼ଗପ୍ରସାଦ ରୁ ପରଜଙ୍ଗ କୁନ୍ଦନଦେଇପୁର କୁ ଏକ ହୁଲି ଡ଼ଙ୍ଗାରେ ୯ ଜଣ ଯାଉଥିଲେ । ଏହି ଡ଼ଙ୍ଗାଟି ବୁଡ଼ିଯାଇଛି । ଡ଼ଙ୍ଗାରେ ଥିବା ୯ ଜଣଙ୍କ ମଧ୍ୟରୁ ୨ ଜଣ ନାଉରୀ ଓ ୩ ଜଣ ଏହିପରି ୫ ଜଣ ପହଁରି ପହଁରି କୂଳରେ ପହଂଚିଥିଲେ । ବାକି ୪ ଜଣ ବର୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଏହି ଘଟଣା ଘଟିଛି ରାତି ସାଢ଼େ ୮ ଟାରୁ ୯ଟା ଭିତରେ । ଖବର ପାଇ ତହସିଲଦାର, ଉପଜିଲାପାଳ ସେଠାରେ ପହଂଚିଛନ୍ତି । ରାତି ହୋଇଥିବାରୁ ବର୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଓଡ଼ରାଫ ଟିମ୍ କୁ ଖବର ଦିଆଯାଇଛି । ସେହି ଅଂଚଳ ଟି ହାତୀ ଉପଦୃତ ଅଂଚଳ ହୋଇଥିବାରୁ ହାତୀ ଭୟ ରହିଛି । ତେଣୁ ହାତୀ ଭୟରେ ରାତି ଅନ୍ଧାର ରେ କିପରି ଉଦ୍ଧାର କାର୍ଯ୍ୟ କରାଯିବ ତାହା ଚିନ୍ତାରେ ପକାଇଛି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *