Sunday , October 1 2023
Home / କ୍ରୀଡ଼ା / ରାଜ୍ୟ କ୍ରୀଡାଛାତ୍ରାବାସରେ ନାମ ଲେଖାଇବାକୁ ଜିଲ୍ଲାରୁ ୨୪ ଜଣ ମନୋନୀତ    

ରାଜ୍ୟ କ୍ରୀଡାଛାତ୍ରାବାସରେ ନାମ ଲେଖାଇବାକୁ ଜିଲ୍ଲାରୁ ୨୪ ଜଣ ମନୋନୀତ    

କେନ୍ଦ୍ରାପଡା ୦୭/୦୯/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ କ୍ରୀଡା ଛାତ୍ରାବାସରେ ନାମ ଲେଖାଇବା ପାଇଁ  କେନ୍ଦ୍ରାପଡା ଜିଲ୍ଲାରୁ ୨୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜିଲ୍ଲା କ୍ରୀଡା ଅଧିକାରୀ ସୂଚନା ଦେଇଛନ୍ତି  । ଅଗଷ୍ଟ ମାସ ୨୪ ତାରିଖରେ  ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର ଅନୁଷ୍ଠିତ ହୋଇଥିଲା  । ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଜିଲ୍ଲାରୁ ୩୬ ଜଣ କ୍ରୀଡା ପ୍ରତିଭା ସେହି  ଚୟନ ଶିବିରରେ ଯୋଗ ଦେଇଥିଲେ । ସେମାନଙ୍କମଧ୍ୟରୁ ୨୪ ଜଣ ଛାତ୍ରଛାତ୍ରୀ  ରାଜ୍ୟ କ୍ରୀଡା ଛାତ୍ରାବାସରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ  ହୋଇଥିବା  ସୂଚନା ଦିଆଯାଇଛି ।  ସେହି ୨୪ଜଣ କ୍ରୀଡା ପ୍ରତିଭା ହେଉଛନ୍ତି ମାର୍ଶାଘାଇ ବ୍ଲକର ଜେମା ମୁଣ୍ଡା, ଚମ୍ପା ଦେଓଗ୍ରାମ, କଙ୍ଗଶୀଳା ସିମ୍ପୁ, ସାମଲ ପିଙ୍ଗୁଆ, ମଙ୍ଗଳ ସିଙ୍କୁ, ଟୁକୁଲୁ ହେମ୍ବ୍ରମ, ରସିକ ପାତ୍ର, ଅନିଲ ପିଙ୍ଗୁଆ, ଦିପୁ ପାତ୍ର, କେନ୍ଦ୍ରାପଡା ବ୍ଲକର ନାଗପୁରା ଆଶ୍ରମ ବିଦ୍ୟାଳୟର ଡଲି ମୁଣ୍ଡା, ସୁନିତା ଟୁଡୁ, ତୁଳସୀ ମୁଣ୍ଡା, ଜିଙ୍ଗିଜା ମୁଣ୍ଡା, ଧୁମାତ ଆଶ୍ରମ ବିଦ୍ୟାଳୟର କୁନି ତଣ୍ଡଲ କର, ମାଣ୍ଡୁଇ ମୁଣ୍ଡା, ପଟ୍ଟାମୁଣ୍ଡାଇ ବ୍ଲକ କୁଳସାହି ଆଶ୍ରମ ବିଦ୍ୟାଳୟର ରଞ୍ଜନ ପିଙ୍ଗୁଆ, କାହ୍ନୁ ବେରୁଆ, ମାର୍ଶାଘାଇ ବ୍ଲକ ମଧୁସାଗର ବିଦ୍ୟାପୀଠର ସୁନିଲ ଦିଗି, କାମେଶ୍ୱର ମଲ୍ଲିକ, ବିଜୟ ସୋରେନ, ପପୁ ମୁର୍ମୁ, ମହାକାଳପଡା ବ୍ଲକ ବ୍ରଜେଶ୍ୱର ବିଦ୍ୟାଳୟର ପଙ୍କଜିନୀ ସୂତାର, ଡେରାବିଶ ବ୍ଲକର ସନ୍ଦିପ କୁମାର ମଲ୍ଲିକ ଓ  ରମେଶ କୁମାର ଦାସ ବୋଲି  ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।  ରାଜ୍ୟ କ୍ରୀଡା ଛାତ୍ରାବାସରେ ନାମ ଲେଖାଇବାକୁ  ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *