Friday , September 29 2023
Breaking News
Home / ତାଜା ଖବର / ରାଜମହଲ ଛକରେ ଜନତା ପୋଲିସ୍ କଥା କଟା କଟି ରୁ ଉତେଜନା – ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ

ରାଜମହଲ ଛକରେ ଜନତା ପୋଲିସ୍ କଥା କଟା କଟି ରୁ ଉତେଜନା – ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୁବନେଶ୍ୱର,୦୭/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି ଗାଡ଼ି ଯାଂଚ ଆଳରେ ଜୋରିମାନା ଆଦାୟର ଏକ ଜୁଲମ କରାଯାଉଥିବା ଅଭିଯୋଗରେ ଗତ ସେପ୍ଟେମ୍ବର ପହିଲାରୁ ଜନ ଅସନ୍ତୋଷ ଆନ୍ଦୋଳନର ଦାନ ବାନ୍ଧୁଥିଲା । ଆଜି ହଠାତ ରାଜଧାନୀର କେନ୍ଦ୍ରସ୍ଥଳ ରାଜମହଲ ଛକରେ ଉତ୍ୟକ୍ତ ଜନତା ଓ ପୋଲିସ୍ ଙ୍କ ମଧ୍ୟରେ କଥା କଟାକଟି ରୁ ହଜାର ହଜାର ସାଧାରଣ ଜନତା ରୁଣ୍ଡ ହୋଇଥିଲେ । ପରିସ୍ଥିତି କୁ ନିୟନ୍ତୟଣ କରିବାକୁ ଯାଇ ପୋଲିସ୍ ମୃଦୁ୍ୟ ଲାଠି ଚାଳନା କରିବାକୁ ପଡ଼ିଥିଲା ।  ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ, ଟ୍ରାଫିକ ଡ଼ିସିପି ସାଗରୀକା ନାଥ ଓ ପ୍ରାୟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସେଠାରେ ପହଂଚି ରାଜମହଲ ଛକ କୁ ବ୍ଲକିଙ୍ଗ କରିଥିଲେ ଓ ଫ୍ଲାଗମାର୍ଚ୍ଚ କରିଥିଲେ । ତେବେ ଜନସାଧାରଣ ପୋଲିସ ର ଗାଡ଼ି ଯାଂଚ କୁ ନେଇ ଜନ ଅସନ୍ତୋଷ ଆନ୍ଦୋଳନ ପାଇଁ ଏଭଳି ଦାନା ବାନ୍ଧିଥିବାବେଳେ ପୋଲିସ୍ କମିଶନର ଶ୍ରୀ ଷଢ଼ଙ୍ଗୀ କହିଛନ୍ତି – ଜନସାଧାରଣ ଙ୍କ ନିକଟରେ ଠିକ ତଥ୍ୟ ପହଂଚୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ।  ୧) ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଉଥିଲେ , ୨) ଗାଡ଼ି ଚଳାଉଥିବା ସମୟରେ ମୋବାଇଲ ରେ କଥା ହେଉଥିଲେ , ୩) ୨ ଚକିଆ ଯାନରେ ୩ ଜଣ ବସି ଯାଉଥିଲେ , ୪)  ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ୫) ବାମ ପଟେ ନଯାଇ ଡ଼ାହାଣ ପଟେ ଗାଡ଼ି ଚଳାଉଥିବା ଦୃଷ୍ଟିକୁ ଆସିଲେ କେବଳ ସେହି ଗାଡ଼ି ଗୁଡ଼ିକୁ ଧରାଯିବ । ପ୍ରଦୁଷଣ ମୁକ୍ତ ସାର୍ଟିଫିକେଟ ଓ ଡ଼୍ରାଇଭିଂ ଲାଇସେନ୍ସ ମିଳିବାକୁ ସମୟ ଲାଗିବ ବୋଲି ସେ ସ୍ୱିକାର କରି ବର୍ତମାନ ସେଥିପାଇଁ ଧରପଗଡ଼ କରାଯାଉନାହିଁ ବୋଲି ସେ କହିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *