Thursday , October 6 2022
Breaking News
Home / ବିଶେଷ / ବନ୍ଦର ନଗରୀରେ ମହା ଆଡମ୍ବର ସହକାରେ ଗଣେଷ ପୂଜା ଅନୁଷ୍ଠିତ

ବନ୍ଦର ନଗରୀରେ ମହା ଆଡମ୍ବର ସହକାରେ ଗଣେଷ ପୂଜା ଅନୁଷ୍ଠିତ

ପାରାଦ୍ୱୀପ୦୭/୦୯/୨୦୧୯(ଓଡ଼ିଶା ସମାଚାର)- ବନ୍ଦର ନଗରୀ ପାରାଦ୍ୱୀପରେ ମହାଆଡମ୍ବର  ସହକାରେ ବିଭିନ୍ନ ସ୍କୁଲ, କଲେଜ, କ୍ଳବ ଓ ଅନୁଷ୍ଠାନ  ପକ୍ଷରୁ ଗଣେଷ ପୂଜା ଅନୁଷ୍ଠିତ ହୋଇଯାଇଅଛି । ଛୋଟ ବଡ କରି ପ୍ରାୟ୬୦ରୁ ଉଦ୍ଧ୍ୱର୍  ପୂଜା ମଣ୍ଡପ ପ୍ରସ୍ତୁତ କରାଯାଇଥିଲା । ତେବେ ବଡ ପଡିଆ ସିନେମାହଲ ସମ୍ମୁଖ ପ୍ରିନ୍ସକ୍ଳବ ଓ ସମ୍ରାଟ କ୍ଳବ ଦ୍ୱାରା  ଆୟୋଜିତ ହୋଇଥିବା ମୂର୍ତୀ, ପୂଜା ମଣ୍ଡପ ସାଜସଜା ସମସ୍ତ ଶ୍ରଦ୍ଧାଳୁଙ୍କୁ ବେସ୍ ଆକୃଷ୍ଟ କରିଥିଲା । କ୍ଳବ ତରଫରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟମାନ ଆୟୋଜନ ହୋଇଥିଲା । ଏହି ସମସ୍ତ ଅନୁଷ୍ଠାନ ମଧ୍ୟରୁ କିଛି ମୁର୍ତୀ ବିସର୍ଜନ ହୋଇସାରିଥିବାବେଳେ  ପି୍ରନ୍ସ କ୍ଳବ ଓ ସମ୍ରାଟ କ୍ଳବର ଭଷାଣୀ କାର୍ଯ୍ୟକ୍ରମ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ ବୋଲି କ୍ଳବର  କର୍ମକର୍ତାଙ୍କ ଠାରୁ ପ୍ରକାଶ । ଓଡ଼ିଶା ସମାଚାର

Leave a Reply

Your email address will not be published.