ଗରଦପୁର,୦୭/୦୯/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଥାନା ପୁଲିସ ପକ୍ଷରୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ମୋଟର ଯାନ ଆଇନ୍କୁ କଡାକଡି ଭାବରେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷିରେ ପାଟକୁରା ଥାନା ଅଧିକାରୀ ସୁଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ୍ ପାଟକୁରା ଥାନା ଅଂଚଳର କେତେକ ପ୍ରମୁଖ ଛକ,ବଜାର ସ୍ଥାନ ମାନଙ୍କରେ ଯାତାୟତ କରୁଥିବା ମୋଟର ଯାନଗୁଡିକୁ ଯାଂଚ କରିଥିଲେ । ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଚାରି ଚକିଆ ଯାନ,ତିନି ଚକିଆ ଯାନ ଓ ଦୁଇ ଚକିଆ ଯାନଗୁଡିକୁ ଯାଂଚ କରିବା ସହିତ ଆଇନ୍ ଉଲଂଘନକାରୀମାନଙ୍କୁ ସଚେତନ କରାଇବା ସହିତ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ । ଏହି ଯାଂଚ ସମୟରେ ମୂଖ୍ୟତଃ ହେଲମେଟ୍ , ଲାଇସେନ୍ସ ,ଇନସ୍ୟୁରାସ୍ ଆଦିର କାଗଜପତ୍ର ଯାଂଚ କରିଥିଲେ । ଚାରି ଚକିଆ ଗାଡି ଚାଳକମାନେ ସିଟ୍ ବେଲ୍ଟ ପିନ୍ଧିଛନ୍ତି କି ନାହିଁ,ମାଦକ ଦ୍ରବ୍ୟ ସେବନ କରିଛନ୍ତି କି ନାହିଁ ମଧ୍ୟ ଯାଂଚ କରାଯାଇଥିଲା । ବିଭିନ୍ନ ଦିନରେ ଯାଂଚ ସମୟରେ ମୋଟ ୮ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର