ସାଲେପୁର, ୦୭/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅନ୍ତର୍ଗତ ଗୋପିନାଥପୁର ପଂଚାୟତର ଗୋପିନାଥପୁର ଠାରୁ ଦୁର୍ଗାପୁର କ୍ଲବ୍ ପର୍ଯ୍ୟନ୍ତ ନୂତନ ଭାବେ ନିର୍ମାଣ ହୋଇଥିବା ରାସ୍ତାରେ ବର୍ଷାପାଣି ଜମିବା ଯୋଗୁ ସ୍ଥାନୀୟ ଲୋକେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ଏହି ନୂତନ ରାସ୍ତାର ନିର୍ମାଣ କାର୍ଯ୍ୟ ସଠିକ୍ ଭାବେ କରାଯାଇନଥିବାରୁ ବର୍ଷାହେଲେ ଦୁର୍ଗାପୁର ଦାଶସାହି ନିକଟରେ ଏହି ରାସ୍ତା ଉପରେ ୨ଫୁଟ ଉଚ୍ଚରେ ପାଣି ଜମି ରହୁଛି । ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁର୍ଗାପୁର କ୍ଲବ୍ ଠାରୁ ଦାଶସାହି ଆଡକୁ ଗଡ଼ାଣିଆ ଥିବାରୁ ବର୍ଷାବେଳେ ସବୁ ପାଣି ଗଡ଼ିଆସି ଦାଶସାହିଠାରେ ପାଣି ଜମି ରହୁଛି । କ୍ଲବ୍ ଘର ନିକଟରୁ ଦାଶସାହି ଦେଇ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଏ ସଂପର୍କରେ ସ୍ଥାନୀୟ ଲୋକମାନେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଓଡ଼ିଶା ସମାଚାର
Check Also
‘ମୋ ସରକାର’ କାର୍ୟ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ,୨୭/୦୫/୨୦୨୨( ଓଡ଼ିଶା ସମାଚାର )- ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ …