Saturday , October 16 2021
Breaking News
Home / ବିଶେଷ / ଗୋପଗ୍ରାମରେ  ଡ୍ରେନେଜ ବ୍ୟବସ୍ଥା  ଅଚଳଯୋଗୁଁ   ବର୍ଷାରେ ଘରେପାଣି ପଶିଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଗୋପଗ୍ରାମରେ  ଡ୍ରେନେଜ ବ୍ୟବସ୍ଥା  ଅଚଳଯୋଗୁଁ   ବର୍ଷାରେ ଘରେପାଣି ପଶିଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

କେନ୍ଦ୍ରାପଡା ୦୭/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଗୈାପ ଗ୍ରାମର ତୁଳସୀ ମହିଳା ମହାବିଦ୍ୟାଳୟ ସମ୍ମୁଖସ୍ଥ ନବ ନିର୍ମିତ ଶିଶୁ ପାର୍କ ନିକଟରେ ଥିବା ଗୃହ ଗୁଡିକରେ ବର୍ଷାଦିନେ ଉଦବୃତ ଜଳ ନିଷ୍କାସିତ ହୋଇନପାରି ଲୋକମାନଙ୍କ ଘର ଭିତରେ ପଶି ଯାଉଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ସେହିସବୁ ଘର ଗୁଡିକରେ ଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନବ ନିର୍ମିତ ଶିଶୁ ପାର୍କ ପ୍ଲଟ ଦେଇ ପୂର୍ବରୁ  ଉଦବୃତ ଜଳ ନିଷ୍କାସିତ ହେଉଥିବା ବେଳେ ଏବେ ସେହି ପ୍ଲଟର ଚର୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣ କରାଯାଇ ଜଳପଥକୁ ଅବରୋଧ କରିଦିଆଯାଇଛି । ଏହା ଫଳରେ ଲୋକମାନଙ୍କ ଘରେ ବର୍ଷା ସମୟରେ  ଦୀର୍ଘ ୨୪ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି ଉଦବୃତ ଜଳ ପଶି ରହୁଥିବାରୁ ସେମାନଙ୍କ ଜୀବନଜୀବିକା ବ୍ୟାହତହେଉଛି ।  ଏ ସମ୍ପର୍କରେ ଗ୍ରାମବାସୀମାନେ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଓ ପୈାର ପ୍ରଶାସକ ତଥା ଉପଜିଲ୍ଲାପାଳଙ୍କୁ  ବାରମ୍ବାର ଜଣାଇ  ନିରାଶ ହେବା ପରେ ବାଧ୍ୟହୋଇ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ କୃତିବାସ ସ୍ୱାଇଁ,ରମେଶ ଚନ୍ଦ୍ର ସ୍ୱାଇଁ,ସୁରେଶ କୁମାର ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପୈାରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *