କେନ୍ଦ୍ରାପଡା ୦୭/୦୯/୨୦୧୯(ଓଡ଼ିଶା ସମାଚାର)- ପବିତ୍ର ଭାଦ୍ର ଶୁକ୍ଳ ଚତୁର୍ଥୀ ଅବସରରେ କେନ୍ଦ୍ରାପଡା ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୂଜା ପାଇଛନ୍ତି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ । ଏ ନେଇ କେନ୍ଦ୍ରାପଡା ସହରର ତିନିମୁହାଣୀ ଛକ ଠାରୁ ଇଚ୍ଛାପୁର ମଧ୍ୟରେ ବିଭିନ୍ନ ସାହି ବସ୍ତିରେ ଥିବା ଯୁବକ ସଂଘ, କ୍ଲବ, ଶିକ୍ଷାନୁଷ୍ଠାନ ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଗୁରୁବାର ଖୁବ ଜାକ ଜମକରେ ବିଘ୍ନ ବିନାଶକ ଗଣପତିଙ୍କ ଗିଗ୍ରହ ମାନ ପୂଜା ପାଇଥିବା ଦେଖାଯାଇଛି । ସହରର ୨୪ଟି ସ୍ଥାନରେ ଶ୍ରୀ ଗଣେଶଙ୍କ ପୂଜା ମଣ୍ଡପ ସ୍ଥାପିତ ହୋଇଛି । ସେହିସବୁ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ପୂଜା ବ୍ୟବସ୍ଥା କରାଯାଇଥିବା ବେଳେ ଆସନ୍ତା ୭ ତାରିଖରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଶିକ୍ଷାନୁଷ୍ଠାନ ମଧ୍ୟରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳିକା ବିଦ୍ୟାଳୟ, ଲାଲବାହାଦ୍ୱର ନୋଡାଲ ଉଚ୍ଚ ଶିକ୍ଷାଶ୍ରମ, ସରସ୍ୱତୀ ଶିଶୁ ମନ୍ଦିର, କେନ୍ଦ୍ରାପଡା ପବ୍ଲିକ ସ୍କୁଲ, ଅଙ୍କୁର ଶିକ୍ଷାନିକେତନ, ଭାରତୀ ବିଦ୍ୟା ମନ୍ଦିର , ତୁଳସୀ ନର୍ସିଂ ସ୍କୁଲ, ଆଇଡିଆଲ ପବ୍ଲିକ ସ୍କୁଲ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ, ବଳଦେବ ହାଇସ୍କୁଲ, ଇଛାପୁର ହାଇସ୍କୁଲ ପ୍ରଭୃତି ଶିକ୍ଷାନୁଷ୍ଠାନ ଗୁଡିକରେ ପୂଜାର ଆୟୋଜନ କରାଯାଇଛି । ବିଭିନ୍ନ ପୂଜା ମଣ୍ଡପକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସହରକୁ ୨ଟି ସେକ୍ଟରରେ ଭାଗ କରାଯାଇଛି । ଏଥି ନିମନ୍ତେ ପୁରୁଣା ବସଷ୍ଟାଣ୍ଡ ଏବଂ ସାନ୍ତସାହି ପୋଲ ନିକଟରେ ୨ଟି ପୋଲିସ ଆଉଟପୋଷ୍ଟ ଖୋଲାଯାଇଛି । ଗଣେଶ ପୂଜାରେ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ୨ଜଣ ଅତିରିକ୍ତ ଏସପି, ୨ଜଣ ଡିଏସପି, ୨ ଜଣ ଇନସପେକ୍ଟରଙ୍କ ସମତେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ କେନ୍ଦ୍ରାପଡା ଟାଉନ ଥାନା ପରିସୀମା ମଧ୍ୟରେ ୬ପ୍ଲାଟୁନ ପୋଲିସ ଫୋର୍ସ ଓ କନେଷ୍ଟବଳ ଏବଂ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଥିବା ଏସପି ନୀତି ଶେଖର ସୂଚନା ଦେଇଛନ୍ତି । ପ୍ରତି ପୂଜା ମଣ୍ଡପରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିଭଳି ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରାପଡା ଏସ.ଡି.ପି.ଓ. ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତି । ଆସନ୍ତା ୭ ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ଏଥିରେ କେତେକ ମେଢ କେଶପୁର ବଜାର ଆଡକୁ ଯିବାକୁ ଥିବା ବେଳେ ଅନ୍ୟ କେତେକ ନୂଆବସଷ୍ଟାଣ୍ଡ ଆଡକୁ ବିଷର୍ଜ୍ଜନ ନିମନ୍ତେ ଯିବ । ସେହି ଭସାଣୀ ଉସôବରେ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ଟାଉନ ଥାନା ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିଶଙ୍କର ସାମନ୍ତରାୟଙ୍କ ଠାରୁ ଜଣାପଡିଛି । ଓଡ଼ିଶା ସମାଚାର