Monday , October 18 2021
Breaking News
Home / ରାଜନୀତି / କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଲେପୁରରେ ସ୍ୱାଗତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଲେପୁରରେ ସ୍ୱାଗତ

ସାଲେପୁର, ୦୭/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାହାଙ୍ଗା ଯିବା ଅବସରରେ ସାଲେପୁର ଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ପ୍ରଧାନ ଜଗତପୁରର ପୀରବଜାର ଠାରେ ପହଂଚିବା ପରେ ସେଠାରେ ବିଜେପି ନେତା ତଥା ସାଲେପୁରର ପ୍ରାକ୍ତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ପୁଷ୍ପଗୁଚ୍ଛ ପ୍ରଦାନ କରି କେନ୍ଦ୍ରମନ୍ତ୍ରିଙ୍କୁ ସ୍ୱାଗତ କରିଥିଲେ । ସେଠାରେ ଅପେକ୍ଷାରତ ଶତାଧିକ ବିଜେପି କର୍ମୀ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ମନ୍ତ୍ରୀ ଶ୍ରୀ ପ୍ରଧାନ ସାଲେପୁର ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିଲେ । ବ୍ଲକ୍ ଚେୟାରମ୍ୟାନ୍ ମମତା ରାଉତ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସାଲେପୁର ବ୍ଲକ୍ କାର୍ଯ୍ୟାଳୟରୁ ମହାଙ୍ଗା ଯିବା ବାଟରେ ସାଲେପୁର ବଜାରର କୁଆଁପାଳ ଛକରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ର୍ରେ ମାଲ୍ୟାର୍ପଣ କରିଥିଲେ । ସେହିପରି ମନ୍ତ୍ରୀଙ୍କୁ ରାଇସୁଙ୍ଗୁଡ଼ା ଠାରେ ମଧ୍ୟ ବିଜେପିର କାର୍ଯ୍ୟକର୍ତା ଓ କର୍ମୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ସ୍ୱାଗତ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେପି ସଭାପତି ଚୈାଧୁରୀ ହେମନ୍ତ ସାହୁଙ୍କ ସହ କୁଞ୍ଜମୋହନ ସେଠୀ, ଅରବିନ୍ଦ ବିଶ୍ୱାଳ, ପ୍ରିୟରଂଜନ ମହାପାତ୍ର, ବିନିତ୍ ରଂଜନ ବିଶ୍ୱାଳ, ସମ୍ରାଟ ଲେଙ୍କା , ପୂର୍ଣ୍ଣୀମା ବସ୍ତିଆ, ଗଣେଶ୍ୱର ରାଉତ, ଶୁଭେଷ ରଂଜନ ପରିଡ଼ା, ସଂଗ୍ରାମ ସ୍ୱାଇଁ, ଗୈାରାଙ୍ଗ ସୁବୁଦ୍ଧି ଓ କିଶୋର ମହାନ୍ତିଙ୍କ ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ଭାରତର ଜନପ୍ରିୟ ମୁଖ୍ୟମନ୍ତ୍ରୀ ତଥା ସାଢେ ୪କୋଟି ଓଡିଆଙ୍କ ହୃଦୟର ସ୍ପନ୍ଦନ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ …

Leave a Reply

Your email address will not be published. Required fields are marked *