Monday , December 5 2022
Breaking News
Home / ବିଶେଷ / ଓଡିଶା ଜିଲ୍ଲା ପରିଷଦ ସଭ୍ୟ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଓଡିଶା ଜିଲ୍ଲା ପରିଷଦ ସଭ୍ୟ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା୦୭/୦୯/୨୦୧୯(ଓଡ଼ିଶା ସମାଚାର)- ଓଡିଶା ଜିଲ୍ଲା ପରିଷଦ ସଭ୍ୟ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ  ଜିଲ୍ଲା ପରିଷଦ ସଭ୍ୟମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ୧୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ପରିଷଦ ସଭ୍ୟମାନଙ୍କ କହିବା କଥା ହେଲା ତ୍ରୀସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ଗ୍ରାମପଂଚାୟତ ଗୁଡିକୁ ପର୍ଯ୍ୟାପ୍ତ ପରିମାଣର ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ବେଳେ ସେହି ତୁଳନାରେ ଦଳୀୟ ଚିହ୍ନରେ ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ସରକାର ଗୁରୁତ୍ୱ ଦେଉନଥିବାରୁ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟମାନେ ସେମାନଙ୍କ ଜୋନର ଲୋକମାନଙ୍କ ସମସ୍ୟା ଗୁଡିକୁ ସମାଧାନ କରିବାରେ ସଫଳ ହୋଇପାରୁ ନାହାନ୍ତି । ତେଣୁ ପଂଚାୟତିରାଜ ବ୍ୟବସ୍ଥାରେ ଜିଲ୍ଲା ପରିଷଦକୁ ସୁଦୃଢ କରିବାକୁ ଓଡିଶା ଜିଲ୍ଲା ପରିଷଦ ସଭ୍ୟ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଭାରତବର୍ଷର ଅନ୍ୟ କେତେକ ରାଜ୍ୟ ଭଳି ଡି.ଆର.ଡି.ଏ.କୁ ବଦଳା ଯାଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ବା ଭବନ ନାମରେ ନାମିତ କରାଯିବା, ୧୬ଟି ବିଭାଗ ଭଳି ଜିଲ୍ଲାର ସମସ୍ତ ବିଭାଗରେ ଜିଲ୍ଲା ପରିଷଦ ସଭ୍ୟଙ୍କ ଭୂମିକା ରହିବାର ବିଧି ବ୍ୟବସ୍ଥା କରାଯିବା,  ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶି ୨୦ହଜାର ଟଙ୍କାକୁ ବୃଦ୍ଧି ସହିତ ମାସିକ ପେନସନ ୧୦ହଜାର ଟଙ୍କା କରାଯିବା, ଜିଲ୍ଲା ପରିଷଦ ଲ୍ୟାଡ ବର୍ଷକୁ ସର୍ବନିମ୍ନ ୫୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତିଙ୍କ ମାସିକ ଦରମା ଯଥାକ୍ରମେ ୩୦ହଜାର ଓ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯିବା,  ସେମାନଙ୍କ ଜୋନ ମଧ୍ୟରେ କରାଯାଉଥିବା ଯେକୈାଣସି ସରକାରୀ ବା ବେସରକାରୀ କାର୍ଯ୍ୟ ସମ୍ପର୍କରେ ସେମାନଙ୍କୁ ସୂଚନା ପ୍ରଦାନ ସହିତ ସାମିଲ କରାଯିବା, ଡି.ଆର.ଡି.ଏ. ପି.ଡି.ଜିଲ୍ଲା ପରିଷଦରୁ କୈାଣସି ଚିଠି ବିଡିଓଙ୍କୁ କରିବା ସମୟରେ ସଭ୍ୟମାନଙ୍କୁ ସେ ସମ୍ପର୍କରେ ଜଣାଇବା, ଯେକୈାଣସି ପଂଚାୟତ କିମ୍ବା ପଂଚାୟତ ସମିତିର ବାର୍ଷିକ କାର୍ଯ୍ୟ ସାରଣୀରେ ଜିଲ୍ଲା ପରିଷଦ ସଭ୍ୟମାନଙ୍କ ସହମତି ନିଆଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ନଳକୂପ ଖନନ ପ୍ରଭୃତି ସରକାରୀ ଯୋଜନାରେ ସେମାନଙ୍କ କୋଟା ରଖାଯିବା, ନିଜ ଜୋନର ଶିକ୍ଷକ ବଦଳିରେ ସେମାନଙ୍କ ସୁପାରିଶ ନିଆଯିବା,  ଗ୍ରାମପଂଚାୟତ ବା ସମିତିର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସେମାନଙ୍କୁ ସାମିଲ କରାଯିବା, ପଂଚାୟତ ପ୍ଲାନିଂ ୟୁନିଟରେ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଅଧ୍ୟକ୍ଷ କରାଯିବା, ରାଜ୍ୟ ଅର୍ଥ କମିଶନ ଅନୁଦାନରେ ସେମାନଙ୍କ ଅଂଶ ପାଣ୍ଠି ବୃଦ୍ଧି କରାଯିବା, ଜିଲ୍ଲା ପରିଷଦ ସଭାପତିଙ୍କ ପାଇଁ  ଜିଲ୍ଲା ପରିଷଦ କ୍ୱାଟର ବ୍ୟବସ୍ଥା କରାଯିବା, ଜିଲ୍ଲାର ଯେ କୈାଣସି ବିଭାଗର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସଂପୃକ୍ତ ସଭ୍ୟଙ୍କୁ ଜଣାଇବା, ଜିଲ୍ଲା ପରିଷଦ କଂଟିଜେନସି ରାଶିର ବୃଦ୍ଧି କରାଯିବା,  ସଭ୍ୟ/ସଭ୍ୟାମାନଙ୍କୁ ଗସ୍ତ ଖର୍ଚ୍ଚ ପ୍ରଦାନ କରାଯିବା, ବିଧାୟକ ଓ ସାଂସଦ ପାଣ୍ଠି  ବିନିଯୋଗ ଭଳି ଜିଲ୍ଲା ପରିଷଦ ପାଣ୍ଠି ବିନିଯୋଗ ସମୟରେ  ପଲ୍ଲୀସଭା ବଦଳରେ ସେମାନଙ୍କ ସୁପାରିଶରେ କାର୍ଯ୍ୟାଦେଶ ପ୍ରଦାନ କରାଯିବା,କ୍ରିଟିକାଲ ପାଣ୍ଠିରୁ ସେମାନଙ୍କ ପାଇଁ ବାର୍ଷିକ ୬ଲକ୍ଷ ଟଙ୍କା ଅନୁଦାନର ବ୍ୟବସ୍ଥା କରାଯିବା ନିମନ୍ତେ ଦାବି କରାଯାଇଛି । ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା, ଦେବାଶିଷ ଦାସ, ସାଗରିକା ମଲ୍ଲିକ, ରବିନ୍ଦ୍ର ସେଠୀ,ନାରଦ ଚନ୍ଦ୍ର ବିଶ୍ୱାଳ,ପିକିରାଣି ହୋତା,ଜବା ମୁର୍ମୁ,ଅହଲ୍ୟା ଲେଙ୍କା,ସ୍ୱର୍ଣ୍ଣପ୍ରଭା ସେଠୀ,ଜ୍ୟୋସ୍ନ।ରାଣୀ ଜେନା,ଜଗନ୍ନାଥ ରାଉତରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.