Friday , September 29 2023
Breaking News
Home / ବିଶେଷ / ଆର୍ନ୍ତଜାତୀୟ ପଦାର୍ଥ ବିଜ୍ଞାନୀ ଡଃ. ଜ୍ଞାନଦେବ ମହାରଣାଙ୍କ ଗୁରୁଦିବସରେ ଉଦବୋଧନ

ଆର୍ନ୍ତଜାତୀୟ ପଦାର୍ଥ ବିଜ୍ଞାନୀ ଡଃ. ଜ୍ଞାନଦେବ ମହାରଣାଙ୍କ ଗୁରୁଦିବସରେ ଉଦବୋଧନ

କେନ୍ଦ୍ରାପଡା ୦୭/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ସିଦ୍ଧ ମରିଚାଣୀ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ନାୟକଙ୍କ ସଭାପତିତ୍ୱରେ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ  ଅନୁଷ୍ଠିତ ଉସôବରେ ଆନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନୀ ଡଃ. ଜ୍ଞାନଦେବ ମହାରାଣା  ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କୁଲ୍ ପରିସରରେ ଥିବା ଡକ୍ଟର ସର୍ବର୍ପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତର୍ିରେ ମାଲ୍ୟାର୍ପଣ କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁବନ୍ଦନା ଗାନ କରାଯିବା ପରେ ଭଜକୃଷ୍ଣ ରାଉତ ଅତିଥି ପରିଚୟ ପ୍ରଦାନ କରି ଗୁରୁଦିବସର ତାପôର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଡଃ. ମହାରଣା ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାରେ ମୂଲ୍ୟବୋଧ ଉପରେ ଗୁରୁତ୍ୱ ପ୍ରଦାନ କରି  ଛାତ୍ର ସମାଜ ଓ  ଶିକ୍ଷକ ମାନଙ୍କ ମଧ୍ୟରେ ସଂପର୍କ  ଏବଂ ସର୍ବେର୍ାପରି ବିଜ୍ଞାନ ଓ  ପ୍ରଯୁକ୍ତି ବିଦ୍ୟାଯୁଗରେ ବୈଜ୍ଞାନିକ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ  ମଧ୍ୟରେ ଅଧ୍ୟାପକ ଅଜୟ ସାମଲ ଆଜି ଦିନରେ ମୈାଳିକ ଶିକ୍ଷାର ମୈାଳିକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜକିଶୋର ବିଶ୍ୱାଳ, ଫକୀର ଚରଣ ଓଝା, ଉମାକାନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ଉମାକାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *