Friday , October 22 2021
Home / ବିଶେଷ / ୩ଟି ପର୍ଯ୍ୟାୟରେ ପୌରାଂଚଳ ସଡ଼କ ଆଲୋକୀକରଣ

୩ଟି ପର୍ଯ୍ୟାୟରେ ପୌରାଂଚଳ ସଡ଼କ ଆଲୋକୀକରଣ

ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ପୌରାଂଚଳରେ ସଡ଼କ ଆଲୋକୀକରଣ ଆବଶ୍ୟକତା ନେଇ ପଂଚାୟତିରାଜ,ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସହରାଂଚଳଗୁଡ଼ିକର ଦ୍ରୁତ ବିକାଶ ହେଉଥିବା ଯୋଗୁଁ ସାର୍ବଜନୀନ ସଡ଼କ ଆଲୋକୀକରଣ ଆବଶ୍ୟକତା ଅନେକ ପରିମାଣରେ ବୃଦ୍ଧିପାଇଛି । ଉକ୍ତ ଆବଶ୍ୟକତାକୁ ଲକ୍ଷ୍ୟରଖି ସଡ଼କ ଆଲୋକୀକରଣ ବ୍ୟବସ୍ଥାର ବିକାଶ ନିମନ୍ତେ ରାଜ୍ୟସରକାର ବିଶେଷ ଗୁରୁତ୍ୱ ମଧ୍ୟ ଦେଇଛନ୍ତି । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ସମସ୍ତ୧୧୪ଟି ପୌରାଂଚଳରେ ୩ଟି ନୂତନ ଏଲଇଡି ଲାଇନ ପ୍ରକଳ୍ପକୁ ଆରମ୍ଭ କରାଯାଇଥିବା ସମୀକ୍ଷାରୁ ଜଣାଯାଇଛି ।ଏହି ବ୍ୟବସ୍ଥା ଯୋଗୁଁ ପୌରାଂଚଳ ଗୁଡ଼ିକର ବିଦୁ୍ୟତଶକ୍ତି ବାବଦରେ ହେଉଥିବା ବ୍ୟୟରେ ହ୍ରାସ ଘଟିବ, ସଡ଼କ ଗୁଡ଼ିକ ଆଲୋକିତ ହେବ ଓ ଜନସାଧାରଣ ଉପଯୁକ୍ତ ସୁରକ୍ଷା ପାଇବେ । ଏହି ଲକ୍ଷ୍ୟକୁ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ରୂପାୟନ କରିବାକୁ ସମସ୍ତ ପୌରସଂସ୍ଥାଗୁଡ଼ିକୁ ୫ ଭାଗରେ ବିଭକ୍ତ କରାଯାଇ ୫ଟି ଘରୋଇ ତଥା ସରକାରୀ ଉଦ୍ୟୋଗମାନଙ୍କୁ କାର୍ଯ୍ୟନିର୍ବାହୀ ସଂସ୍ଥା ରୂପେ ନିଯୁକ୍ତ କରାଯାଇଛି । ଉକ୍ତ ଯୋଜନା ଅନୁଯାୟୀ ନିଯୁକ୍ତି ପାଇଥିବାସଂସ୍ଥାଗୁଡ଼ିକୁ ପ୍ରକଳ୍ପ ସ୍ଥାପନ କରିବା ସେଙ୍ଗ ସେଙ୍ଗ ୭ବର୍ଷର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି ।ସମୀକ୍ଷାରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାରଙ୍କ ଏହି ବିକାଶ ପରିକଳ୍ପନା ୩ଟି ପର୍ଯ୍ୟାୟରେ ନିର୍ବାହ କରାଯାଉଛି ।ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ୫ଟି ମହାନଗର ନିଗମଗୁଡ଼ିକରେ ଅଧିକ ବିଦୁ୍ୟତଶକ୍ତି ବ୍ୟବହାର କରୁଥିବା ପୁରାତନ ବଲବ ଗୁଡ଼ିକି ସମ୍ପୂର୍ଣ୍ଣ ରୂପେ ବଦଳାଇତା’ପରିବର୍ତେର୍ ଶକ୍ତି ସଂଚୟକାରୀ ଏଲଇଡି ବଲବ୍ ତଥା ତା’ର ଆନୁଷଙ୍ଗିକ ସଂଲଗ୍ନ ଉପକରଣ କରିବା ପାଇଁ ଯୋଜନା କରାଯାଇଛି । ଏହା ସହିତ ଭୁବନେଶ୍ୱର ମହାନଗରର ଆଲୋକୀକରଣର ବ୍ୟବସ୍ଥା ନଥିବା ସମସ୍ତ ସଡ଼କ ଗୁଡ଼ିକୁ ଏଲଇଡି ବଲବ୍ ଦ୍ୱାରା ଆଲୋକିତ କରିବାକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ ପ୍ରକଳ୍ପ ଘରୋଇ ସହାୟତାରେ ନିର୍ବାହ କରାଯାଇଛି । ଏଥିନିମନ୍ତେ ଏନଇଇଏସଏଲ ନାମକଏକ ଘରୋଇ ସଂସ୍ଥାକୁ ନିଯୁକ୍ତ କରାଯାଇ ପ୍ରକଳ୍ପ ସ୍ଥାପନ ଓ ୭ବର୍ଷ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଏହି ପ୍ରକଳ୍ପ ସ୍ଥାପନ ନିମନ୍ତେ ୭୫.୬୧ କୋଟିର ଅର୍ଥରାଶିର ବ୍ୟୟ ଅଟକଳ କରାଯାଇଛି । ବିଭିନ୍ନ ମହାନଗର ନିଗମରେ ଏହି ପ୍ରକଳ୍ପରେ ୮୨୪୧୪ଟି ବଲବ୍ ଏବଂ ୨୭୦୪ବିଦୁ୍ୟତ ଖୁଂଟର ଆବଶ୍ୟକତା ରହିଛି । ଏହାମଧ୍ୟରୁ୭୩୫୪୯ ବଲବ୍ ଓ ୧୦୯୩ ଖୁଂଟ ବଦଳା ଯାଇଛି । ଉକ୍ତ ପ୍ରକଳ୍ପକୁ ୩୧ ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ସ୍ଥିରହୋଇଛି ।୨ୟ ପର୍ଯ୍ୟାୟରେ ବଳକା୧୦୯ଟି ପୌରସଂସ୍ଥାରେ ସେଭଳି ପୁରାତନ ବିଜୁଳିବତୀ ଗୁଡ଼ିକୁ ବଦଳାଇ ସେହିସ୍ଥାନରେ ଶକ୍ତିସଂଚୟକାରୀ ଏଲଇଡି ବଲବ୍ ଲଗାଇଶକ୍ତି ସଂଚୟ କରିବାକୁ କେନ୍ଦ୍ର ସରକାରଙ୍କର ଅଧୀନସ୍ଥ ଇଇଏସଏଲ ନାମକ ଏକ ସରକାରୀ ସଂସ୍ଥାକୁ ରାଜ୍ୟସରକାର ଏହି ଗୁରୁଦାୟିତ୍ୱ ଦେଇଛନ୍ତି । ଇଇଏସ୍ଏଲ୍ ମଧ୍ୟ୭ବର୍ଷର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିଛି । ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ବାବଦରେ ଇଇଏସ୍ଏଲ୍କୁ ୨୩୦୮.୦୮କୋଟି ଓ ରକ୍ଷଣାବେକ୍ଷଣ ବାବଦରେ ୭ବର୍ଷରେ ୫୯.୯୩କୋଟି ଟଙ୍କା ଦିଆଯିବ । ଉକ୍ତ ପ୍ରକଳ୍ପରେ ୨୧୩୩୪୫ବଲବର ଆବଶ୍ୟକତା ପ୍ରାଥମିକ ସ୍ତରରେ ନିର୍ଦ୍ଧାରଣ କରାଯାଇଥିଲା । ୩୧ ଅକ୍ଟୋବର ସୁଦ୍ଧା ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ଇଇଏସଏଲ୍ ଚୁକ୍ତିବଦ୍ଧ ହୋଇଛି । ୩ୟ ପର୍ଯ୍ୟାୟରେ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ୧୧୩ଟି ପୌରାଂଚଳରେ ନୂଆ ଆଲୋକ ପ୍ରକଳ୍ପ ବ୍ୟବସ୍ଥାଲାଗି ଘରୋଇ ଉଦ୍ୟୋଗୀମାନଙ୍କ ସହାୟତାରେ ଉକ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ସମସ୍ତ୧୧୩ଟି ପୌରସଂସ୍ଥାକୁ ୫ଟି ଭାଗରେ ବିଭକ୍ତ କରାଯାଇ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହିପ୍ରକଳ୍ପରେ ଏଲଇଡି ବଲବ୍ ଓ ତା’ର ଆନୁଷଙ୍ଗିକ ଉପକରଣ ବାବଦରେ ୨୬୩.୫୨ କୋଟି ଅର୍ଥରାଶିର ବ୍ୟୟ ଅଟକଳ କରାଯାଇଛି ।ଟେଣ୍ଡର ମାଧ୍ୟମରେ ଚୟନ ହୋଇଥିବା ୩ଟି ଘରୋଇସଂସ୍ଥା (ମୁମ୍ବାଇର ମେସର୍ସ କ୍ରମ୍ପଟନ ଗ୍ରୀଭସ କଞ୍ଜୁ୍ୟମର ଇଲେକ୍ଟ୍ରିକାଲ ଲିମିଟେଡ, ନୂଆଦିଲ୍ଲୀର ମେସର୍ସ ସୂର୍ଯ୍ୟରଶ୍ମୀ ଲିମିଟେଡ, ନାସିକ୍ର ମେସର୍ସ ଆକାଂକ୍ଷା ପାୱାର ଆଣ୍ଡ ଇନଫାଷ୍ଟ୍ରକଚର) ଏହି ପ୍ରକଳ୍ପକୁ ସରକାର-ଘରୋଇ ଉଦ୍ୟୋଗର ସହଭାଗିତାରେ କାର୍ଯ୍ୟକାରୀ କରୁଛନ୍ତି । ଉକ୍ତ ପ୍ରକଳ୍ପ ପାଇଁ ଚୟନ ହୋଇଥିବା ଉଦ୍ୟୋଗମାନେ ଆବଶ୍ୟକହେଉଥିବା ଏହି ଅର୍ଥରାଶିରେ ସେମାନଙ୍କ ଅଂଶଧନବାବଦରେ ଶତକଡ଼ା ୧୦ ପ୍ରତିଶତ ଦେବାକୁ ରାଜିହୋଇଛନ୍ତି । ରାଜ୍ୟ ସରକାର ଏହି ଅର୍ଥରାଶିର ଶତକଡ଼ା୫୦ ପ୍ରତିଶତ ଅନୁଦାନ ଆକାରରେ ପ୍ରଦାନ କରୁଛନ୍ତି ।ବଳକା ଶତକଡ଼ା ୩୦ ପ୍ରତିଶତ ଅର୍ଥରାଶି ରାଜ୍ୟ ସରକାରଙ୍କଅଧୀନସ୍ଥ ଏକ ସମ୍ପୂର୍ଣ୍ଣ ନିଜସ୍ୱ ସଂସ୍ଥା ‘ସହରାଂଚଳ ଭିତିଭୂମିବିକାଶ ପାଣ୍ଠି’ ଏହି ପ୍ରକଳ୍ପକୁ ଋଣ(୧୫%) ଓ ଅନୁଦାନ(୧୫%)ର ଆର୍ଥôକ ସହାୟତା ଦେଇଛନ୍ତି । ଏହାସହିତ ଏହିପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ନିଯୁକ୍ତି ପାଇଥିବା ଘରୋଇ ଉଦ୍ୟୋଗମାନଙ୍କୁ ରକ୍ଷଣାବେକ୍ଷଣ ବାବଦରେ ବାର୍ଷିକ ୮.୦୬କୋଟି ଟଙ୍କା ଦେବାକୁ ସରକାର ଚୁକ୍ତିବଦ୍ଧ ହୋଇଛନ୍ତି । ଏହିପ୍ରକଳ୍ପରେ ୬୩୦୫୨ଟି ବଲବ୍ ଏବଂ ୬୦୫୧୩ବିଦୁ୍ୟତ ଖୁଂଟର ଆବଶ୍ୟକତା ରହିଛି । ଏହି ପ୍ରକଳ୍ପଟିକୁ ସମ୍ପୂର୍ଣ୍ଣ କରିବାକୁ ଡିସେମ୍ବର ୨୦୧୯କୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।ଏହି ସମୀକ୍ଷା ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ, ପୌରପ୍ରଶାସନ ନିର୍ଦ୍ଧେଶକ ସଂଗ୍ରାମଜିତ ନାୟକ, ଗୃହନିର୍ମାଣ ଓନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପିକେ ଝା ଓ ଶୁଭେନ୍ଦୁ କାନୁନଗୋ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *