ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ସ୍ମାଇଲ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଏବଂ କାର୍ଯ୍ୟନିର୍ବାହୀ ଟ୍ରଷ୍ଟିଶ୍ରୀ ଶାନ୍ତନୁ ମିଶ୍ରଙ୍କୁ ଭାରତୀୟ ମାନବତା ବିକାଶ ପୁରସ୍କାର୨୦୧୯ ମିଳିଛି । ମାନବ କଲ୍ୟାଣଦିଗରେ ସ୍ମାଇଲ ଫାଉଣ୍ଡେସନର ପ୍ରତିଶ୍ରୁତି ବଦ୍ଧତା ଓ ବ୍ୟାପକ ଅବଦାନପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି ।ପୂର୍ବରୁ ସମ୍ମାନ ଜନକ ଓଡ଼ିଶା ଲିଭିଙ୍ଗ୍ ଲିଜେଣ୍ଡ ଆୱାର୍ଡ ପାଇଥିବା ଶ୍ରୀ ମିଶ୍ର ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ ମ୍ୟାନେଜମେଂଟ୍ ଅହମ୍ମଦାବାଦରୁ ଶିକ୍ଷାଲାଭ କରିଥିବା ଶ୍ରୀ ମିଶ୍ର ଇନଷ୍ଟିଚୁ୍ୟଟ୍ ଅଫ୍ କମ୍ପାନିସେକ୍ରେଟାରିଜ୍ ଅଫ୍ ଇଣ୍ଡିଆର ସହଯୋଗୀ ସଦସ୍ୟ ଓ ଜଣେ ଆଇନଜୀବୀ ମଧ୍ୟ । ୨୦୦୫ରେ ଶ୍ରୀ ମିଶ୍ର ନିଜର ପୂର୍ଣ୍ଣକାଳୀନ କର୍ପୋରେଟ୍ କ୍ୟାରିୟରକୁ ଛାଡ଼ିଅଣ-ଲାଭକରୀ ସ୍ମାଇଲ ଫାଉଣ୍ଡେସନର ପ୍ରଗତି ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ନିୟୋଜିତ କରିଥିଲେ ।ନିଜ କାମ ଜରିଆରେ ସମାଜରେ ପରିବର୍ତନ ଆଣିବା ସହ ସମାନତା,ମାନବତା, ସାମାଜିକ ନ୍ୟାୟ, ମାନବ କଲ୍ୟାଣରେ ଚାମ୍ପିଅନ ହୋଇ ବିଶ୍ୱାସ ଓ ଆଶାର ବ୍ରାଣ୍ଡ ସୃଷ୍ଟି କରିଥିବା ୯ଜଣ ବ୍ୟକ୍ତି ବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୯ଅଗଷ୍ଟ ୩୦ରେ ନୂଆଦିଲ୍ଲୀରେ ଏହି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଭାରତ ରତ୍ନ ଶ୍ରୀ ପ୍ରଣବ ମୁଖାର୍ଜୀ ଏଥିରେ ଅତିଥିଭାବେ ଯୋଗ ଦେଇଥିଲେ । ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଅରୁଣାଚଳମ୍ ମୁରୁଗାନାନ୍ଥମ୍,ପଦ୍ମଶ୍ରୀ ଅନୁ ଆଗା, ରମଣମାଗସେସେ ବିଜେତା ସନ୍ଦୀପ ପାଣ୍ଡେ, ପଶୁ ଅଧିକାର କର୍ମୀ ମେନକା ଗାନ୍ଧି, ରାଣୀ ଲକ୍ଷ୍ମୀବାଇସ୍ତ୍ରୀ ଶକ୍ତି ପୁରସ୍କାର ବିଜେତା ମାନସୀ ପ୍ରଧାନ, ଅଭିନେତ୍ରୀ ସାମାଜିକ କର୍ମୀ ନଫିସା ଅଲ୍ଲୀ, ଏସିଡ ଆକ୍ରମଣରୁ ରକ୍ଷା ପାଇଥିବା ସାମାଜିକ କର୍ମୀଲକ୍ଷ୍ମୀ ଅଗରୱାଲ, ରମଣ ମାଗସେସେ ବିଜେତା ପ୍ରକାଶ ବାବା ଅମତେ, ସଂରକ୍ଷଣବିତ୍ ତଥା ୱାଇଲ୍ଡ ଫଟୋଗ୍ରାଫର ବେଲିନ୍ଦା ରାଇଟ୍ ପ୍ରମୁଖ ରହିଛନ୍ତି ।ନିଜର ଶକ୍ତିଶାଳୀ ଅଭିଭାଷଣରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ ଭାରତୀୟ ସମ୍ବିଧାନରେଥିବା ମାନବବାଦ ଓ ସମାନତାର ଭାବ ସମ୍ପର୍କରେ ଉଲ୍ଲେଖ କରି କହିଲେ, “ଏଭଳି ସୁନ୍ଦର ବ୍ୟକ୍ତିମାନଙ୍କୁ ପୁରସ୍କାର ହସ୍ତାନ୍ତର କରି ମୁଁ ବେଶ୍ ଆନନ୍ଦିତ । ଦୟାଳୁ ହେଉଛି ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ଯେପର୍ଯ୍ୟନ୍ତ ଆମେ ପରୋପକାରୀ ହୋଇପାରିନାହାନ୍ତି, ଆମେ ମାନବ ହୋଇପାରିବା ନାହିଁ ।”ପୁରସ୍କାରର ଗୁଣୋଲେଖରେ୭,୫୦,୦୦୦ ଅବହେଳିତଶିଶୁ ଓ ସେମାନଙ୍କ ପରିବାରର ଫାଇଦା ଉଦ୍ଧେଶ୍ୟରେ ହସ୍ତକ୍ଷେପ ପାଇଁ ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କମ୍ପାନି ଓ କର୍ପୋରେଟ ସହଯୋଗରେ ଗ୍ରହଣ କରାଯାଇଥିବା ସୃଜନଶୀଳ ଓ ବ୍ୟାପକ ଅଂଶୀଦାରିତାକୁ ବର୍ଣ୍ଣନା କରାଯାଇଥିଲା । ପୁରସ୍କାର ଗ୍ରହଣକରି ଶ୍ରୀ ମିଶ୍ର କହିଲେ “ସାମାଜିକ କ୍ଷେତ୍ର ଅଭିଜ୍ଞତା ନ ଥିବା କିଛି ସାଧାରଣ ଲୋକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏକ ସଂସ୍ଥା ଯଦି୪୦୦ ଗ୍ଲୋବାଲ କର୍ପୋରେଟ,୨,୦୦,୦୦ ବ୍ୟକ୍ତିବିଶେଷଙ୍କୁ ଯୋଡ଼ି ୧୫ ବର୍ଷ ଭିତରେ ୧୫ଲକ୍ଷ ଶିଶୁ ଓ ସେମାନଙ୍କ ପରିବାର ଲୋକଙ୍କ ଜୀବନରେ ପରିବର୍ତନ ଆଣିପାରୁଛି, ତାହାହେଲେ ଏକ ସକାରାତ୍ମକ ପରିବର୍ତନ ହେଉଛି ଏବଂ ଏହା ଏକ ନୂଆ ବିଶ୍ୱର ଆରମ୍ଭ ହୋଇପାରେ ବୋଲି ଆମକୁ ଆଶା ଦେଉଛି ।” “ବର୍ତମାନ ସମୟରେ ସାମାଜିକ ପରିବର୍ତନ ବେଶ ଜରୁରି ହୋଇପଡ଼ିଛି । ନୂଆ ଭାରତ ଉଦୟ ହେବାରେ ଲାଗିଛି । ନୂଆ ପିଢ଼ିର ଚିନ୍ତାଧାରା ଭିନ୍ନ- ସେମାନଙ୍କ ଚାରିପାଖରେ ଥିବା ସାମାଜିକ ବୈଷମ୍ୟ ସେମାନେ ସଚେତନ । ନିଜର ସାମାଜିକ ଦାୟିତ୍ୱବୋଧ ଦିଗରେ ସେମାନେ ଅଧିକ ଯତ୍ନଶୀଳ । ଧୀରେ ଧୀରେ ଅବହେଳିତ ବର୍ଗଙ୍କୁ ବିଭିନ୍ନ ସୁବିଧାସୁଯୋଗ ଦେବାର ସମୟ ଆସିଛି ।” ଓଡ଼ିଶା ସମାଚାର