Friday , October 22 2021
Breaking News
Home / ଶିକ୍ଷା / ସ୍କୁଲ ପାଠ୍ୟକ୍ରମରେ ରହିବ ବର୍ଜ୍ୟ ପରିଚାଳନା

ସ୍କୁଲ ପାଠ୍ୟକ୍ରମରେ ରହିବ ବର୍ଜ୍ୟ ପରିଚାଳନା

ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)-ପ୍ରତି ୱାର୍ଡ ଏବଂ ଘରୋଇ ବାସଗୃହ ସ୍ତରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସଚେତନତା ସୃଷ୍ଟି ସହ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିଦେ୍ର୍ଦଶ ଦେଇଛନ୍ତି ।

ଗୁରୁବାର ସହରାଂଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅଗ୍ରଗତି ବିଷୟରେ ସମୀକ୍ଷା କରି ଶ୍ରୀ ତ୍ରିପାଠୀ ଏହି ନିଦେ୍ର୍ଦଶ ଦେଇଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଏ ବିଷୟରେ ଏକ ପାଠ୍ୟ ବିଷୟବସ୍ତୁ ବିଦ୍ୟାଳୟ ପାଠ୍ୟକ୍ରମରେ ସନ୍ନିବେଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ରାସ୍ତା ନିର୍ମାଣ ଓ ସିମେଂଟ କାରଖାନାମାନଙ୍କରେ ଅଧିକରୁ ଅଧିକ ପ୍ଲାଷ୍ଟିକର ବ୍ୟବହାର କରିବା ପାଇଁ ମଧ୍ୟ ଶ୍ରୀ ତ୍ରିପାଠୀ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି । ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍ ଓଡ଼ିଶାର ୧୧୪ଟି ସହରାଂଚଳର କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଓ ଆର୍ଥôକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ୧୧୪ଟି ସହରାଂଚଳରେ ୨୦୨୪ ୱାର୍ଡ ରହିଛି ଏବଂ ଦୈନିକ ପ୍ରାୟ ହାରାହାରି ୨୫୭୫ ଟନ୍ ବର୍ଜ୍ୟବସ୍ତୁ ବାହାରୁଛି । ଓଡ଼ିଶାରେ ଘରପିଛା ହାରାହାରି ୩୦୦ ଗ୍ରାମ୍ ବର୍ଜ୍ୟବସ୍ତୁ ବାହାରୁଛି ଓ ଏହା ଜାତୀୟ ହାରଠାରୁ କମ୍ ରହିଛି । ଏହାର ପରିଚାଳନା ପାଇଁ ମୁଖ୍ୟତଃ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ପ୍ରକାଶ ଥାଉକି, ରାଜ୍ୟର ସହରାଂଚଳରେ ୩୦ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକ୍ରିୟ ଅଛନ୍ତି । ପୌର ପ୍ରଶାସନ ନିଦେ୍ର୍ଦଶକ ସଂଗ୍ରାମଜିତ୍ ନାୟକ ବୈଠକରେ ସୂଚନା ଦେଇଥିଲେ ଯେ, ବିଭିନ୍ନ ସହରାଂଚଳରେ ବର୍ତମାନ ସୁଦ୍ଧା ୧୨୦୦ ସ୍ୱଚ୍ଛ ସାଥୀଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇଛି ଏବଂ ଏଥିପାଇଁ ସେମାନଙ୍କୁ ୨ଟି ପର୍ଯ୍ୟାୟରେ ଉତମମାନର ପ୍ରଶିକ୍ଷଣ ଦିଆଯାଇଛି । ଜଣେ ସ୍ୱଚ୍ଛ ସାଥୀ ପ୍ରାୟ ୬୦୦ ବାସଗୃହ ଦାୟିତ୍ୱରେ ରହିବେ ଏବଂ ୪ ଜଣ ସ୍ୱଚ୍ଛ ସାଥୀଙ୍କ କାର୍ଯ୍ୟକୁ ଜଣେ ସୁପରଭାଇଜର ତଦାରଖ କରିବେ । ବ୍ୟାପକ ସଚେତନତା ପାଇଁ ସହରାଂଚଳର ପ୍ରତ୍ୟେକ ୱାର୍ଡରେ ହୋର୍ଡିଂ ଲାଗିବ । ସଚେତନତା କାର୍ଯ୍ୟକ୍ରମ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ଉଲ୍ଲଙ୍ଘନକାରୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଆସିଲା ଗାଇଡଲାଇନ୍,୨୧ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ …

Leave a Reply

Your email address will not be published. Required fields are marked *