Sunday , October 2 2022
Breaking News
Home / ବିଶେଷ / ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତହେଲେ ଡ.ସଦାନନ୍ଦ ଦୀକ୍ଷିତ

ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତହେଲେ ଡ.ସଦାନନ୍ଦ ଦୀକ୍ଷିତ

ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)-ସଂସ୍କୃତ ଭାଷାକୁ ଲୋକପ୍ରିୟ ଓ ଲୋକଭାଷାରେ ପରିଣତ କରିବା ପାଇଁ ୧୯୭୯ ମସିହାରୁ ଉଦ୍ୟମରତ ଡ.ସଦାନନ୍ଦ ଦୀକ୍ଷିତ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଲୋକଭାଷା ପ୍ରଚାର ସମିତି ପକ୍ଷରୁ ସିକ୍କିମର ବର୍ମେଜ୍ ସଂସ୍କୃତି ପାଠଶାଳାରେ ଆୟୋଜିତ ଏକ ସଂସ୍କୃତ ସମ୍ଭାଷଣ ଶିବିରର ସମାପନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସିକ୍କିମ ମୁଖ୍ୟମନ୍ତ୍ରୀ ଶ୍ରୀ ତମାଙ୍ଗ ସଂସ୍କୃତ ଭାଷାକୁସର୍ବଶ୍ରେଷ୍ଠ ଭାଷା ବୋଲି ଅଭିହିତ କରିଛନ୍ତି । ଏଥିସହ ସିକ୍କିମରେ ସଂସ୍କୃତ ଶିକ୍ଷାର ପ୍ରସାର ପାଇଁ ସମସ୍ତ ସୁବିଧା କରାଯିବ ବୋଲି ଘୋଷଣା କରିଥିଲେ ।ଲୋକଭାଷା ପ୍ରଚାର ସମିତିର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସମସ୍ତ ସଂସ୍କୃତ ଶିକ୍ଷକଙ୍କୁ ସଂସ୍କୃତ ସମ୍ଭାଷଣରେ ପ୍ରବୀଣ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ ତମାଙ୍ଗ ରାଜ୍ୟରେ ସଂସ୍କୃତ ବିଶ୍ୱବିଦ୍ୟାଳୟପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି । ଏଥିସହ ଡ. ସଦାନନ୍ଦ ଦୀକ୍ଷିତଙ୍କ ଅନୁମୋଦନ କ୍ରମେ ଲୋକଭାଷା ପ୍ରଚାର ସମିତିର ସିକ୍କିମ ରାଜ୍ୟଶାଖା ସଂସ୍କୃତ ବିଦ୍ୱାନ ଡକ୍ଟର ଶିବକୁମାର ପୋଖେଲଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.