Friday , October 22 2021
Home / ଶିକ୍ଷା / ସାଲେପୁର ଶିକ୍ଷାଜିଲ୍ଲା ପକ୍ଷରୁ ଗୁରୁପ୍ରତିଭା ସମ୍ମାନ, ଗୁରୁମାନଙ୍କ ଅବଦାନ ସବୁ କ୍ଷେତ୍ରରେ ଅତୁଳନୀୟ-ବିଧାୟକ

ସାଲେପୁର ଶିକ୍ଷାଜିଲ୍ଲା ପକ୍ଷରୁ ଗୁରୁପ୍ରତିଭା ସମ୍ମାନ, ଗୁରୁମାନଙ୍କ ଅବଦାନ ସବୁ କ୍ଷେତ୍ରରେ ଅତୁଳନୀୟ-ବିଧାୟକ

ସାଲେପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧୁସ୍ମୃତି ଭବନଠାରେ ପବିତ୍ର ଗୁରୁଦିବସ ଅବସରରେ ଗୁରୁପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷାଜିଲ୍ଲା ଅଧିକାରୀ ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁପ୍ରତିଭା ସମ୍ମାନ ଉତ୍ସବରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁମାନଙ୍କ ବିନା ଶିଷ୍ୟର କୌଣସି ମୂଲ୍ୟ ନାହିଁ । ଗୁରୁଙ୍କ ଅବଦାନ ସବୁ କ୍ଷେତ୍ରରେ ଅତୁଳନୀୟ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଲେପୁର ଶିକ୍ଷାଜିଲ୍ଲା ଅଧିକାରିଣୀ ପ୍ରେମଲତା ନାୟକ, ସାଲେପୁର ପଂଚାୟତ ସମିତିର ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା,  ଟାଙ୍ଗୀ ବ୍ଲକ୍ ଅଧ୍ୟକ୍ଷ ଜୟଶ୍ରୀ ପ୍ରଧାନ, ଟାଙ୍ଗୀ ବ୍ଲକ୍ ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ଦାଶ, ସାଲେପୁର ବ୍ଲକ ର ପୂର୍ବତନ ଉପାଧ୍ୟକ୍ଷ ଦିଲ୍ଲୀପ ଦାଶ, ବରିଷ୍ଠ ଜିଲ୍ଲାପରିଷଦ ସଭ୍ୟ ଚିତରଂଜନ ମହାନ୍ତି, ଅଶୋକ କୁମାର ଭୂୟାଁ,  ପ୍ରମୁଖ ଯୋଗଦେଇ ୭୨ଜଣ କୃତି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସମ୍ମାନିତ କରିଥିଲେ । ସାଲେପୁର ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ଜଗବନ୍ଧୁ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆସିଲା ଗାଇଡଲାଇନ୍,୨୧ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ …

Leave a Reply

Your email address will not be published. Required fields are marked *