ସାଲେପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସମଗ୍ର ଭାରତବର୍ଷରେ ନୂତନ ମୋଟର ଯାନ ଆଇନ୍ କାର୍ଯ୍ୟକାରୀ ହେବାପରେ ସାଲେପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଦୁଇଚକିଆ ଯାନଠାରୁ ଆରମ୍ଭ କରି ୪ଚକିଆ ଯାନ ପର୍ଯ୍ୟନ୍ତ ଯାଂଚକୁ ଜୋରଦାର କରାଯାଉଛି । ଫଳରେ ଡି.ଏଲ୍., ଇନସୁରାନସ, ହେଲମେଟ୍, ଗାଡ଼ିର କାଗଜପତ୍ର ଇତ୍ୟାଦି ନଥିବା ଗାଡ଼ି ମାଲିକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦୁଇଦିନ ହେବ ସାଲେପୁର ସହରର ରାସ୍ତାଘାଟ ଶୂନଶାନ୍ ଲାଗୁଛି । ନିୟମିତ ଏହି ଅଂଚଳରେ ଅପ୍ରାପ୍ତ ବୟସ୍କ ଗାଡ଼ି ଚାଳକମାନେ ଭୟରେ ଗାଡ଼ି ଚଳାଉନାହାଁନ୍ତି । ଗତକାଲି ସନ୍ଧ୍ୟାରେ ସାଲେପୁର ଥାନା ଛକ ନିକଟରେ ପୋଲିସ ପକ୍ଷରୁ ହେଲମେଟ୍, ସିଟବେଲ୍ଟ, ଇନସୁରାନ୍ସ, ଡି.ଏଲ୍. ଆଦି ଯାଂଚ କରାଯାଇ ପ୍ରାୟ ୬ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ପି.ଆର. ବଣ୍ଡରେ ୧୦ଜଣଙ୍କୁ ଛଡ଼ାଯାଇଥିବା ସାଲେପୁର ଥାନା ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହି ଚଢ଼ଉ କାର୍ଯ୍ୟକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର