ସାଲେପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ଅଂଚଳର ବିିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଓ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡଃ ତରୁଲତା ଦେବୀଙ୍କ ସଭାପତିତ୍ୱରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶଙ୍କର୍ଷଣ ପାଣିଗ୍ରାହୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ତଥା ଦିବା ପର୍ଯ୍ୟାୟ ପ୍ରମୁଖ ସଂଗ୍ରାମ କେଶରୀ ସାହୁ ଗୁରୁ ଦିବସର ତାପôର୍ଯ୍ୟ ସଂପର୍କରେ କହିଥିଲେ । ଏହି ଅବସରରେ ସଭାପତି ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ସବିତା ମହାପାତ୍ର ଓ ସେବିକା ପ୍ରମିଳା ମହାରଣାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ମାନପତ୍ର ଓ ଉତରୀୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ କୁଂଜକୁମାର ସାହୁ, ବିଦ୍ୟାମନ୍ଦିର ପ୍ରମୁଖ ଆଚାର୍ଯ୍ୟ ରମେଶ ଚନ୍ଦ୍ର ପ୍ରତାପ, ଆଚାର୍ଯ୍ୟା କମଳାକୁମାରୀ ସାହୁ, ଶିଶୁବାଟିକା ପ୍ରମୁଖ ପୁଷ୍ପଲତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁରୁପୂଜନ କରିଥିଲେ । ସେହିପରି ରାଜ୍ୟସ୍ତରୀୟ ଗୁରୁପୂଜନ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଗୁରୁପୂଜନ ସମିତି ସାଲେପୁର ପକ୍ଷରୁ ମଧୁସୂଦନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର କର୍ମକର୍ତାମାନେ ଗୁରୁପୂଜନ କରିବା ସହ ୭୦ଜଣ ଗୁରୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂଜ୍ୟ ସନ୍ଥ ବ୍ରହ୍ମାନନ୍ଦ ସରସ୍ୱତୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଗଣଶିକ୍ଷା ନିର୍ଦେଶକ ଡଃ ଶରତ କୁମାର ବିଶ୍ୱାଳ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଗୁରୁପୂଜନ ସମିତିର ସଚିବ ଡଃ ଗୌତମ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର