Tuesday , October 26 2021
Breaking News
Home / ବିଶେଷ / ମୋ ବସରେ ଯାଉଛନ୍ତି ଦୈନିକ ୭୦ ହଜାର

ମୋ ବସରେ ଯାଉଛନ୍ତି ଦୈନିକ ୭୦ ହଜାର

ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ଲୋକସେବା ଭବନଠାରେ ନଗର ଉନ୍ନୟନ ମନ୍ତ୍ରୀପ୍ରତାପ ଜେନା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାଅଂଚଳରେ ଗମନାଗମନ କରୁଥିବା ‘ମୋବସ’ସେବା ସମ୍ପର୍କରେ ସମୀକ୍ଷା କରିଛନ୍ତି । ‘ମୋବସ’ର ଉନ୍ନତ ଓ ସୁନିଶ୍ଚିତ ସେବା ଜନସାଧାରଣଙ୍କ ଦ୍ୱାରା ଆଦୃତ ହୋଇଛି, ଏଥିପାଇଁ ବର୍ତମାନ ଦୈନିକ ମୋ ବସରେ ୭୦ ହଜାରଲୋକ ଯାତ୍ରା କରୁଛନ୍ତି । ତେବେ ଏହି ସେବାକୁ ଆହୁରି ଉନ୍ନତ କରାଇ ୨୦୧୯ ଡିସେମ୍ବର ଶେଷସୁଦ୍ଧା ଦୈନିକ ଯାତ୍ରୀସଂଖ୍ୟା ୧ଲକ୍ଷରେ ପହଂଚାଇବାପାଇଁ ଲକ୍ଷ୍ୟ ରହିଛି ବୋଲି ସମୀକ୍ଷା ବୈଠକରୁ ଜଣାଯାଇଛି । ମୋ ବସ୍ ଚଳାଚଳ ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା କମିବା ସହିତ ପ୍ରଦୂଷଣ ମଧ୍ୟ ହ୍ରାସପାଇଛି । ଅନ୍ୟପକ୍ଷରେ ଏବେ ରାଜଧାନୀ ବାସିନ୍ଦା ନିଜ ଗାଡ଼ିରେ ଯାତ୍ରା ନକରି ମୋ ବସ ରେଯାତ୍ରା କରିବାକୁ ବେସି ପସନ୍ଦ କରୁଥିବା ବୈଠକରେ ମତପ୍ରକାଶ ପାଇଛି । ମୋ ବସ୍ ସେବାପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ଏବେ ବାର୍ଷିକ୫୫କୋଟି ଟଙ୍କା ସବସିଡି ଦିଆଯାଉଛି ।ଅନ୍ୟପକ୍ଷରେ ଏହି ସେବା ଭୁବନେଶ୍ୱର, କଟକପରେ ପୁରୀ-କୋଣାର୍କ ସହ ଯୋଡ଼ି ହେବ ବୋଲିକ୍ଷେତ୍ରୀୟ ଅନୁମତି ପ୍ରଦାନ କରାଯାଇଛି । ବର୍ତମାନ କଟକ ଭୁବନେଶ୍ୱେରରେ ୨୦ଟି ରୁଟରେ୨୦୦ଟି ମୋ ବସ ଯାତାୟତ କରୁଛି । ସେହିପରି ଏହି ସେବା ପାଇଁ ମାସିକିଆ ପାସ୍ ମଧ୍ୟ ଉପଲବ୍ଧ କରାଯାଇଛି । ଯେଉଁଥିରେ ଭୁବନେଶ୍ୱର ମହାନଗର ନିଗମ ସମେତ କଟକୁ ଯାତାୟତ କରୁଥିବା ସମସ୍ତ ମୋ ବସିଗୁଡ଼ିକରେ ଯାତ୍ରୀମାନେ ମାସିକିଆ ପାସ୍ ସାହାଯ୍ୟରେ ଅସିମୀତ ଯାତ୍ରା କରିବାର ସୁଯୋଗ ପାଉଛନ୍ତି । ବୟସ୍କ ଓ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ମୋ ବସ ସେବା ଅନ୍ତର୍ଗତ ସମସ୍ତ ବାତାନୁକୂଳୀନ ଓ ଅଣବାତାନୁକୂଳୀନ ବସ ଗୁଡ଼ିକରେ ରିହାତି ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଯାହାକି ବୟସ୍କ ଓ ବଧୀର ଏବଂ ଦିବ୍ୟାଙ୍ଗଙ୍କ ପାଇଁ ବସ ଭଡ଼ାରେ ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଛି । ସେହିପରି ୧୦୦ ପ୍ରତିଶତ ଅନ୍ଧ,୫୦ରୁ ୧୦୦ ପ୍ରତିଶତ ବିକଳାଙ୍ଗ ଶରୀର,ମାନସିକ ବିକାରଗ୍ରସ୍ତ, ଏଚଆଇଭି କିମ୍ବା ଏଡସ୍ ରେ ପୀଡ଼ିତ ଯାତ୍ରୀମାନଙ୍କ ନିମନ୍ତେ ମୋ ବସରେ ଯାତ୍ରା ସମ୍ପୂଣ୍ଣ ଦେୟମୁକ୍ତ ରହିଛି । ଯାହାକି ମୋ ବସ୍ ସେବାକୁ ଲୋକମାନଙ୍କ ମଧ୍ୟରେ ଅଧିକରୁ ଅଧିକ ଆଦୃତ କରିବାରେ ଲାଗିଛି ବୋଲି ସମୀକ୍ଷା ବୈଠକରେ ମତପୋଷଣ ପାଇଛି । ଏହି ସମୀକ୍ଷା ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ, ପୌରପ୍ରଶାସନ ନିର୍ଦ୍ଧେଶକ ସଂଗ୍ରାମଜିତ ନାୟକ,ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପିକେ ଛା, ଶୁଭେନ୍ଦୁ କାନୁନଗୋ, ଅନୁଶାସନ ସଚିବ ବେଲାଳସେନ ବେହେରା ଓ କ୍ରୁଟର ପରିଚାଳନା ନିର୍ଦ୍ଧେଶକ ଅରୁଣ ବୋଥ୍ରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *