Friday , January 21 2022
Breaking News
Home / ରାଜନୀତି /  ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା ସାଂଗଠନିକ ନିର୍ବାଚନ ପାଇଁ ତାରିଖ ଚୂଡ଼ାନ୍ତ

 ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା ସାଂଗଠନିକ ନିର୍ବାଚନ ପାଇଁ ତାରିଖ ଚୂଡ଼ାନ୍ତ

ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)-ଗୁରୁବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ସାଂଗଠନିକ ନିର୍ବାଚନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା ଓ ସଦସ୍ୟତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କେନ୍ଦ୍ରୀୟ ସହ ନିର୍ବାଚନ ଅଧିକାରୀ ଓ ସାଂସଦ ବିନୋଦ ସୋନକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କର୍ମଶାଳାରେ ବିଜେପି ସାଂଗଠନିକ ନିର୍ବାଚନ ପରିଚାଳନା ଏବଂ ସଦସ୍ୟତା ସମୀକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବିଭିନ୍ନ ସ୍ତରରେ ହେବାକୁ ଥିବା ସମିତିସ୍ତରୀୟ ବୁଥ୍ କମିଟି, ମଣ୍ଡଳ କମିଟି ଏବଂ ରାଜ୍ୟ କମିଟି ନିର୍ବାଚନ ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଆଗାମୀ ସେପ୍ଟେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଏଭଳି କର୍ମଶାଳା ଆୟୋଜନ ହେବ । ଯେଉଁଥିରେ ଜିଲ୍ଲା, ମଣ୍ଡଳ ଓ ବୁଥ୍ସ୍ତରର କାର୍ଯ୍ୟକର୍ତା ଯୋଗଦେବେ । ସେପ୍ଟେମ୍ବର ୧୫ରୁ ୨୨ ତାରିଖ ମଧ୍ୟରେ ସମସ୍ତ ବୁଥ୍ରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଜିଲ୍ଲାସ୍ତରରେ ୩ ହଜାରରୁ ଅଧିକ କାର୍ଯ୍ୟକର୍ତା ଏହି କାର୍ଯ୍ୟକୁ ପରିଚାଳନା କରିବେ । ସେହିପରି ଅକ୍ଟୋବର ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ମଣ୍ଡଳସ୍ତରୀୟ ନିର୍ବାଚନ ହେବ । ଆସନ୍ତା ନଭେମ୍ବର ମାସରେ ଜିଲ୍ଲାସ୍ତରୀୟ ଏବଂ ଡିସେମ୍ବରରେ ରାଜ୍ୟସ୍ତରୀୟ ନିର୍ବାଚନ ହେବ ବୋଲି ରାଜ୍ୟ ବିଜେପି ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି । ବିଜେପିର ସର୍ବଭାରତୀୟ ସ୍ତରରେ ୧୬ କୋଟିରୁ ଉଦ୍ଧ୍ୱର୍ ଲୋକ ସଦସ୍ୟତା ଗ୍ରହଣ କରିଛନ୍ତି । ଓଡ଼ିଶାରେ ୫୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ସଦସ୍ୟତା ନେଇଛନ୍ତି । ଆଜିଠାରୁ ପୁଣି ଥରେ ସଦସ୍ୟତା ଅଭିଯାନ ଚାଲୁ ରହିବ ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀ ରାୟ କହିଛନ୍ତି । ଏହି କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ, ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଯୋଗଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟତା ରାଜ୍ୟ ସଂଯୋଜକ ଅନନ୍ତ ନାୟକ, ସହ ସଂଯୋଜକ ଶାରଦା ଶତପଥୀ, ରାଜ୍ୟ ସମ୍ପାଦକ(ସଙ୍ଗଠନ) ମାନସ ମହାନ୍ତି, ରାଷ୍ଟ୍ରୀୟ ସମ୍ପାଦକ ତଥା ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା ବିଜୟ ମହାପାତ୍ର, ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ରାଜ୍ୟ ପଦାଧିକାରୀ, ପୂର୍ବତନ ସାଂସଦ ଏବଂ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଂଗ୍ରେସ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଘୋଷଣା

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ କଂଗ୍ରେସ ପ୍ରାର୍ଥୀ ନାମ ଘୋଷଣା …

Leave a Reply

Your email address will not be published. Required fields are marked *