Tuesday , December 7 2021
Breaking News
Home / ବିଶେଷ / ପରିବେଷ ଆଲୋଚନା ଚକ୍ର 

ପରିବେଷ ଆଲୋଚନା ଚକ୍ର 

ଗରଦପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅନ୍ତର୍ଗତ ନୈନ୍ଦିପୁର ଉଚ୍ଚବିଦ୍ୟାଳୟରେ ଆଜି ପରିବେଷ ସୁରକ୍ଷା ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । “ପୃଥିବୀ ଫୁସଫୁସରେ ଲାଗିଛି ନିଆଁ’’ ଶୀର୍ଷକରେ ଆଲୋଚିତ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ, ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଉଲ୍ଲେଖନିୟ ଏହି କି ବ୍ରାଜିଲସ୍ଥିତ ଆମଜନ ଅରଣ୍ୟରେ ବ୍ୟାପକ ନିଆଁ ଲାଗିଛି ।  ଅଗ୍ନିକାଣ୍ଡର ଭୟାଭୟକୁ ନେଇ ପୃଥିବୀ ସାରା ଚିନ୍ତାବ୍ୟକ୍ତ କରାଯାଉଛି । ବିଶ୍ୱ ପରିବେଷ ଉପରେ ଏହା ବ୍ୟାପକ ପ୍ରତିକୁଳ ପ୍ରଭାବ ପକାଉଛି, କାରଣ ବିଶ୍ୱର ସର୍ବବୃହତ ଆମାଜନ ନଦୀକୁଳରେ ୭୦ ଲକ୍ଷ ବର୍ଗ କିଲୋମିଟରର ବୃହତ ଅରଣ୍ୟ ରହିଛି । ଏହା ପୃଥିବୀକୁ ୨୦ ଭାଗ ଅମ୍ଳଜାନ ଯୋଗାଉଛି । ଏଥିରେ ନିଆଁ ଲାଗିବା ଦ୍ୱାରା ଏହା ବିଶ୍ୱତାପନ ବୃଦ୍ଧି କରିବା ସହ ପରିବେଷରେ ପ୍ରତିକୁଳ ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବି ଓ ବୈଜ୍ଞାନିକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସେଥିପାଇଁ ଜନସଚେତନତା ସୃଷ୍ଟି କରି ଏହାର ବିକଳ୍ପ ସ୍ୱରୂପ ପୃଥିବୀର ବିଭିନ୍ନ କୋଣଅନୁକୋଣରେ ବ୍ୟାପକରୁ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଆଜି ଆଲୋଚନା ଚକ୍ରରେ ମତପ୍ରକାଶ ପାଇଥିଲା ।  ଏହି ଆଲୋଚନା ଚକ୍ରରେ ପ୍ରଧାନଶିକ୍ଷକ ନୃସିଂହ ଚରଣ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଏଥିରେ ସମ୍ମାନୀତ ଅତିଥି ଭାବରେ ପ୍ରକୃତିବଂଧୁ ଦ୍ୱାରିକାନାଥ ସେନାପତି ଯୋଗଦେଇଥିଲେ । ଆଲୋଚନା ଚକ୍ରରେ ଇକୋ ଶିକ୍ଷକ ଶୁଶାନ୍ତ କୁମାର ସାହୁ, ପ୍ରଣତି ପଣ୍ଡା, ନିବେଦିତା ପରିଡ଼ା, ସୁଲେଖା ପରିଡ଼ା, ଆଶିଷ କୁମାର ଜେନା, ଜ୍ୟୋତିଭୂଷଣ ମିଶ୍ର, ଇତିଶ୍ରୀ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *