ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ର ବିଜେପି ସରକାର ନୂଆ ଟ୍ରାଫିକ୍ ଆଇନ ନାଁରେ ଜୋରିମାନାକୁ ୧୦ଗୁଣ ବୃଦ୍ଧି କରିବା ଅତ୍ୟନ୍ତ ଅଯୌକ୍ତିକ ଓ ନିନ୍ଦନୀୟ । ୫ଟି ରାଜ୍ୟ ଏହାକୁ ଲାଗୁ କରିବା ପାଇଁ ମନା କରି ଦେଇଥିବାବେଳେ ଓଡ଼ିଶା ସରକାର ବାସ୍ତବତା ପ୍ରତି ଆଖି ବୁଜିଦେଇ ଏହାକୁ ଲାଗୁ କରି ମଧ୍ୟବିତ ସ୍କୁଟର ଆରୋହୀ ଓ ଗରିବ ଅଟୋଚାଳକଙ୍କଠାରୁ ରାସ୍ତା ମଝିରେ ଅରାଜକତା ସୃଷ୍ଟି କରି ୧୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରିବା ଅତ୍ୟନ୍ତ ଅମାନବୀୟ ବୋଲି ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ମତବ୍ୟକ୍ତ କରିଛନ୍ତି ।
ଏକ ପ୍ରେସ୍ ବିବୃତିରେ ସେ କହିଛନ୍ତି– ରାଜ୍ୟ ସରକାର ୩ ମାସ ପାଇଁ ଜୋରିମାନା ଆଦାୟ ବନ୍ଦ କରନ୍ତୁ । ଏହାକୁ ଓଡ଼ିଶାରେ ଲାଗୁ କରାଯିବା ଉଚିତ କି ନାହିଁ ବିଚାର କରନ୍ତୁ ଏବଂ ଏଥିପାଇଁ ରାଜ୍ୟର ଗରିବ ଓ ମଧ୍ୟବିତଙ୍କ ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଏହା ଉପରେ ଆଲୋଚନା ପାଇଁ ଏକ ସର୍ବ ଦଳୀୟ ବୈଠକ ଡାକନ୍ତୁ ବୋଲି ସେ ଦାବି କରିଛନ୍ତି । ଓଡ଼ିଶା ସମାଚାର