Monday , September 25 2023
Breaking News
Home / ଶିକ୍ଷା / ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ

ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ

ତାରପୁର, ୦୬/୦୯/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ମଣ୍ଡଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ମହମ୍ମଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁଦିବସ ପାଳନ କରାଯାଇଛିା ଡ଼ିପିସି ସପନ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସୁଧାର ଆସିବା ନିମନ୍ତେ ଶିକ୍ଷକ ସମାଜ ଅଧିକ ଯତଃବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରିଣି ରାଜଶ୍ରୀ ସାହୁ ବିଦ୍ୟାଳୟରେ ବୃତି ବା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କ ନାମ ସହ ଫଟୋ ଗ୍ୟାଲେରୀରେ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଫଳରେ ପରବର୍ତି ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ଏହା ଉତ୍ସାହ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଥିଲେ । ସଂଘର ସଭାନେତ୍ରୀ ସରଳା ଦେଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ବିଇଓ ଶରତକୁମାର ରାଉତରାୟ, ଏବିଇଓ ନରହରୀ ମିଶ୍ର, ବରିଷ୍ଠ କର୍ମକର୍ତା ଜନାର୍ଦ୍ଧନ ଦାସ, ସ୍ଥାନୀୟ ସରପଂଚ ସରୋଜ କୁମାର ବେହେରା, ପରିଚାଳନା କମିଟି ସଭାପତି ସୌମେନ୍ଦ୍ର କୁମାର ବାରିକ , ପ୍ରାକ୍ତନ ବିଆରସି ସଦାଶିବ ବିଶ୍ୱା, ରାଜ୍ୟ ସଂଘ କୋଷାଧ୍ୟକ୍ଷ ଜୟପ୍ରକାଶ ପଣ୍ଡା, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସୁରେଶଚନ୍ଦ୍ର ରାଉତ ଓ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ମାୟାରାଣୀ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଶିକ୍ଷାର୍ଥୀ ଶିକ୍ଷକ ଓ ଶିକ୍ଷା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ସଂଘ ପକ୍ଷରୁ ଶିକ୍ଷୟିତ୍ରୀ ତିଳୋତମା ଦାସ, କୁମୁଦିନୀ ଜେନା, ଅଭୟକୁମାର ମୁଦୁଲୀ, ହିମାଂଶୁ ଶେଖର ସିଂ, ସୟଦ ରମଜାନ ଅଲୀ,ସୟଦ ମୁଜିବୁର ରବେହମାନଙ୍କୁ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲା ସଂଘର ସମ୍ପାଦକ ନିର୍ମଳେନ୍ଦୁ ସୋମ ସଭା ପରିଚାଳନା କରିଥିବାବେଳେ ସେକ ଅବ୍ଦୁଲ ବୁରାହାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ବାବାଜୀ ଚାଣ ସାହୁ , ଗଜେନ୍ଦ୍ର ବେହେରା, ବିଭିନ୍ନ କ୍ଲଷ୍ଟରର ସିଆରସିସି , ଶିକ୍ଷକ , ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *