Sunday , October 24 2021
Breaking News
Home / ବିଶେଷ / କଳାହାଣ୍ଡି ଜିଲ୍ଲା ତଲଝାପି ଗ୍ରାମପଂଚାୟତରେ ମନରେଗା ଯୋଜନାର ଟଙ୍କାହଡପ ଅଭିଯୋଗ

କଳାହାଣ୍ଡି ଜିଲ୍ଲା ତଲଝାପି ଗ୍ରାମପଂଚାୟତରେ ମନରେଗା ଯୋଜନାର ଟଙ୍କାହଡପ ଅଭିଯୋଗ

କଳାହାଣ୍ଡି,୦୬/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ତଲଝାପି ଗ୍ରାମପଂଚାୟତରେ ମନରେଗା ଯୋଜନାର ଟଙ୍କା ହଡପ ଅଭିଯୋଗହୋଇଛି । ତଲଝାପି ଗ୍ରାମପଂଚାୟତର ସମିତିସଭ୍ୟ ସୋମନାଥ ନାଏକ, ସରପଂଚ ଓ ଗ୍ରାମରୋଜଗାର ସେବକଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଉପରଝାପି ଠାରୁ ବିଜାଘାଟି ରାସ୍ତା କାଟିବା ପାଇଁ ୪ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିଲା । ଏହିକାମରେ ଟ.୫୨୮୮୮ଙ୍କା (ବାବନହଜାର ଆଠଶହ ଅଠାଅଶୀଟଙ୍କା) ଶ୍ରମିକମାନଙ୍କଏକାଉରେପୈଠକରାଯାଇଛି । ସେହିପରି ଆଉ ଏକ କାମତଲଝାପି ଠାରୁଗୋପାଲପୁରକୁ ଯାତାୟାତ କରିବା ପାଇଁ ବିଜାଘାଟି ଠାରୁ କୁଡିଙ୍ଗଝରଣ ରାସ୍ତା ନିର୍ମାଣ ପାଇ ଁମନରେଗା ଯୋଜନାରେ ୧୦ ଲକ୍ଷଟଙ୍କାର ବ୍ୟୟବରାଦ କରାଯାଇଥିବାବେଲେ ଶ୍ରମିକମାନଙ୍କୁ ଟ.୭୯୧୪୮ଙ୍କା (ଅଣାଅଶୀହଜାରଏକଶହ ଅଠଚାଳିଶୀଟଙ୍କା) ପ୍ରଦାନ କରାଯାଇଛି । ସମିତିସଭ୍ୟ ସୋମନାଥ ନାଏକଙ୍କ କହିବା ମୁତାବକ ସରପଂଚ ଓ ଜିଆରଏସରା ସ୍ତାକାମ ନକରି ସେହିରାସ୍ତାରେ ପୂର୍ବରୁ ହୋଇଥିବା ପ୍ରଧାନମନ୍ତ୍ରୀ ରାସ୍ତା କାମକୁ ଦେଖାଇ ସରକାରୀ ଅର୍ଥ ହଡପ କରିଥିବା ଅଭିଯୋଗକରିବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁଲିଖିତ ଆକାରରେଜଣାଇଥିବା ପ୍ରକାଶକରିଛନ୍ତି । ଏନେଇ ଆମେବ୍ଳକ ପ୍ରଶାସନ ସହିତଯୋଗାଯୋଗ କରିଥିଲୁ କିନ୍ତୁ କିଛ ିସୂଚନାମିଲିପାରି ନଥିଲା । ତଲଝାପିସରପ ଓ ଜିଆରଏସଙ୍କୁ ପଚାରିବାରୁ ଆମେଠିକ ଜାଗାରେ କାମକରିଛୁ ଓ ବିଡିଓ, ଏଇ, ଜେଇକାମ ତଦାରଖକରିବାକୁ ମଧ୍ୟ ଆସିଥିଲେ ଓ କାମକରିଥିବାଶ୍ରମିକମାନଙ୍କୁଠିକସମୟରେତାଙ୍କରଟଙ୍କାତାଙ୍କଏକାଉରେଡିପୋଜିଟ କରାଯାଇଛିବୋଲି ପ୍ରକାଶ କରିଛନ୍ତି । ସମିତିସଭ୍ୟ ଆଣିଥିବା ଅଭିଯୋଗ ସମ୍ପୁର୍ଣ୍ଣମିଥ୍ୟା ଓ ରାଜନୈତିକ ଶତୃତାରଖି ଏହାକରାଯାଉଛିବୋଲିକହିଥିଲେ ।ବର୍ତମାନ ପ୍ରସାଶନ କି ପଦକ୍ଷେପ ନେବେତାହା ଦେଖିବାକୁବାକିରହିଲା । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *