Wednesday , October 4 2023
Breaking News
Home / ବିଶେଷ / ଇ-ପେମେଂଟ ବ୍ୟବସ୍ଥାରେ ମହିଳା ସାମିଲ ହେବେ – ବିଦୁ୍ୟତ ଚୋରି ଧରାଇଦେଲେ ପୁରସ୍କାର

ଇ-ପେମେଂଟ ବ୍ୟବସ୍ଥାରେ ମହିଳା ସାମିଲ ହେବେ – ବିଦୁ୍ୟତ ଚୋରି ଧରାଇଦେଲେ ପୁରସ୍କାର

ଭୁବନେଶ୍ୱର,୦୬/୦୯/୨୦୧୯(ଓଡ଼ିଶା ସମାଚାର)- ଏଣିକି ବିଜୁଳି ଦେୟ ଆଦାୟ ଏବଂ ଇ-ପେମେଂଟ କାର୍ଯ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନଙ୍କୁ ନିୟୋଜିତ କରାଯିବ । ସମୀକ୍ଷା ବୈଠକ ପରେ ସେସୁର ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ବୈଠକରେ ସିଇଓବିଦୁ୍ୟତ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିତ କରିବା ସହ ବିଲ ଆଦାୟ ନେଇ ଟାର୍ଗେଟ ସ୍ଥିର କରାଯାଇଛି । ଏହାସହ ବିଜୁଳି ଚୋରି ରୋକିବାକୁ ସେସୁ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ବିଦୁ୍ୟତ ଚୋରି କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ମିଳିବ ବୋଲି ସେସୁ ପକ୍ଷରୁ ଘୋଷଣା କରାଯାଇଛି । ଚୋରି ସୂଚନା ଦେଲେ ଚୋରି ଆଦାୟର ୧୦ ପ୍ରତିଶତ ଅର୍ଥ ପୁରସ୍କାର ମିଳିବ । ଏଥିପାଇଁ ୯୪୩୭୧୫୮୬୭୦ ନମ୍ବରକୁ ଫୋନ କରି ଚୋରି ସମ୍ପର୍କରେ ଜନସାଧାରଣ ସୂଚନା ଦେଇପାରିବେ । ସୂଚନା ଦାତାଙ୍କ ନାମ ଗୋପନ ରଖାଯିବ ବୋଲି ସେସୁ କର୍ତୃପକ୍ଷ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଅଭିଯୋଗ ଆସିଲେ ମଧ୍ୟ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *