Friday , September 22 2023
Breaking News
Home / ରାଜନୀତି / ଅରୁଣ ଜେଟଲିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଅରୁଣ ଜେଟଲିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ସାଲେପୁର,୦୬/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ପୀରବଜାର କଲ୍ୟାଣମଣ୍ଡପ ପରିସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅରୁଣ ଜେଟଲିଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା କଟକ ଜିଲ୍ଲା ସଭାପତି ହେମନ୍ତ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ସ୍ୱର୍ଗତ ଜେଟଲି ବିଜେପି ସଂଗଠନ ପାଇଁ ସବୁବେଳେ ତପôର । ଭାରତର ବିକାଶ ପାଇଁ ଜେଟଲିଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ନେତା କୁଂଜମୋହନ ସେଠୀ, ସାଲେପୁର ବ୍ଲକ୍ ଅଧ୍ୟକ୍ଷା ମମତା ରାଉତ, ମୁତାରିଫା ପଂଚାୟତ ସରପଂଚ ପ୍ରିୟରଂଜନ ମହାପାତ୍ର, ସଂଗ୍ରାମ ସ୍ୱାଇଁ, ବିବେକାନନ୍ଦ ଜେନା, ଲକ୍ଷ୍ମୀଧର ନାଥ, ସରପଂଚ ଅରବିନ୍ଦ ବିଶ୍ୱାଳ, ସମ୍ରାଟ କେଶରୀ ଲେଙ୍କା, ବିଶ୍ୱରଂଜନ ଦାସ, ଆଜମଲ ଖାଁଙ୍କ ସମେତ ବହୁ ବିଜେପି କର୍ମୀମାନେ ଅରୁଣ ଜେଟଲିଙ୍କ ସ୍ମୃତିଚାରଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *