Saturday , September 25 2021
Breaking News
Home / ବିଶେଷ / ପାଇକା ସାଇଫନ ଓ ସେତୁ ପ୍ରତି ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ପଡ଼ୁ

ପାଇକା ସାଇଫନ ଓ ସେତୁ ପ୍ରତି ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ପଡ଼ୁ

ତାରପୁର,୦୫/୦୯/୨୦୧୯ଓଡ଼ିଶା ସମାଚାର)-ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳ ଜଳସେଚନ ଯୋଜନାରେ କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ନୟନପୁର ଓ ଜଗତସିଂହପୁର ଜିଲା ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଂଚାୟତର କୃଷ୍ଣାନନ୍ଦପୁର କୁ ସଂଯୋଗ କରାଯାଇ ୧୯୯୨ ମସିହା ଅପ୍ରେଲ ୧୮ ତାରିଖରେ ଉଦଘାଟିତ ହୋଇଥିଲା ପାଇକା ସାଇଫନ୍ ଓ ସେତୁ । ବିଶ୍ୱବ୍ୟାଙ୍କ ର ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଥିବା ଏହି ସାଇଫନ ଓ ସେତୁ ଜଳସେଚନ ସହିତ ଆନ୍ତ ଜିଲା ସଂଯୋଗକାରୀ ସେତୁ ଭାବେ କାର୍ଯ୍ୟ କରୁଛି । ଇତିମଧ୍ୟରେ ଏହା ନିର୍ମାଣ ହେବାର ୨୭ ବର୍ଷ ଅତିକ୍ରାନ୍ତ ହୋଇସାରିଲାଣି । ହେଲେ ଏହାର ରକ୍ଷଣାବେକ୍ଷଣ ଉପରେ ବିଭାଗୀୟ ଯନ୍ତ୍ରୀ ମାନଙ୍କର ଦୃଷ୍ଟି ନାହିଁ । ଦୁଇ ଚାରି ବର୍ଷରେ ଥରେ ଏହାର ବାଡ଼ା ଗୁଡ଼ିକୁ କେବଳ ରଙ୍ଗଦେଇ କାମ ସାରିଦେଉଥିବାବେଳେ ସ୍ପାନ୍ ଗୁଡ଼ିକର ସଂଯୋଗ ସ୍ଥଳ କେଉଁଠି ଖାଲ ହୋଇଗଲାଣି ତ ଆଉ କେଉଁ ସ୍ପାନ୍ ସଂଯୋଗସ୍ଥଳ ଫୁଲିଯାଇଛି । ଏହି କାରଣରୁ ଅନେକ ସମୟରେ ଦୁଇ ଚକିଆ ଯାନ ଗୁଡ଼ିକ ଦୁର୍ଘଟଣାର ଶିକାର ହେଉଛନ୍ତି । କିନ୍ତୁ ଏଥିପ୍ରତି ବିଭାଗୀୟ ଯନ୍ତ୍ରୀ ମାନଙ୍କର ଦୃଷ୍ଟିକୁ ଆସୁନାହିଁ । ଏହି ସାଇଫନ୍ ଓ ସେତୁ ଟି କେନ୍ଦ୍ରାପଡ଼ା ପୂର୍ତ ବିଭାଗ ଅଧିନରେ ରହିଛି । ଏଥିପ୍ରତି ବିଭାଗୀୟ ଯନ୍ତ୍ରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଅଗ୍ନିକାଣ୍ଡରେ ୪ବଖରା ଘର ଜଳିଗଲା, ଗୁରୁତର ଗାଈକୁ ଉଦ୍ଧାର କରିବାକୁ ଯାଇ ରୁନିଲତା ଗୁରୁତର 

ତାରପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଅନ୍ତର୍ଗତ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମର ବଟକୃଷ୍ଣ ଲେଙ୍କାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ …

Leave a Reply

Your email address will not be published. Required fields are marked *