Saturday , September 25 2021
Breaking News
Home / ତାଜା ଖବର / ତେଲକୋଇ ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର କାଠ ଜବତ : ଜଣେ ଗିରଫ

ତେଲକୋଇ ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର କାଠ ଜବତ : ଜଣେ ଗିରଫ

କେନ୍ଦୁଝର,୦୫/୦୯/୨୦୧୯(ଓଡ଼ିଶା ସମାଚାର)-ବନ୍ୟ ସଂପଦର ପରିପୁର୍ଣ୍ଣ କେନ୍ଦୁଝର କେନ୍ଦୁଝର ଜିଲ୍ଲାରେ କାଠ ମାଫିଆମାନେ ବେଶ ସକ୍ରିୟ ରହିଥିଲେ ମଧ୍ୟଏହାକୁ ରୋକିବା କିମ୍ବା ବନ୍ଦ କରିବା ଦିଗରେ ଯଥେଷ୍ଟ ପଦକ୍ଷେପ ନେବାରେ ବନ ବିଭାଗର ଅନୁରୁପ ଆଗ୍ରହ ଲକ୍ଷ୍ୟ କରାଯାଉନାହିଁ । ଫଳରେ କାଠ ମାଫିଆ ସେମାନଙ୍କ ଅଭିଯାନରେ ସଫଳ ହେବାରେ ଲାଗିଛନ୍ତି । ଘଂଚ ଜଙ୍ଗଲ ପରିପୁର୍ଣ୍ଣ କେନ୍ଦୁଝର ଧିରେ ଧିରେ ଜଙ୍ଗଲ ଶୁନ୍ୟ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ଅନେକ ସମୟରେ ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂପ୍ରସାରଣ ନାମରେ ମଧ୍ୟ ବ୍ୟାପକ ସଂଖ୍ୟାରେ ମୂଲ୍ୟବାନ ଗଛ ସମୂଳେ ଛେଦନ କରାଯାଉଥିଲେ ମଧ୍ୟ ସେ ସବୁର ଭରଣା କରାଯାଉନାହିଁ । ଯାହାବି କେତେ ବେଳେ କେଉଁଠି ଲଗାଯାଉଛି ସବୁ ଅଦରକାରୀ ଅନାବଶ୍ୟକ ଗଛ ସବୁ ଲଗାଯାଉଛି । ଅନ୍ୟ ପକ୍ଷରେ ବନ ବିଭାଗ କେତେବେଳେ କିମିତି ଗୋଟେ ଅଧେ ଧରପଗଡ କରି ବାହା ବା ନେବାର ଅପଚେଷ୍ଟା କରୁଛି । କେନ୍ଦୁଝର ଜିଲ୍ଲାର ତେଲକୋଇ ବନାଂଚଳ ର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବ୍ୟାପକ ବେଆଇନ ଗଛ କଟା ତଥା ଜଙ୍ଗଲ ଧ୍ୱସଂ ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଏପରି ରାଜ୍ୟର ପରିବେଶବିତମାନେ ବେଶ ଉଦବେଗପ୍ରକାଶ କରି ଆସୁଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଓ ବନ ବିଭାଗ ପ୍ରଶାସନ ଏସବୁକୁ ତିଳେ ମାତ୍ର ଗୁରୁତ୍ୱ ଦେବା ଲକ୍ଷ୍ୟ କରାଯାଉ ନାହିଁ । ଇତି ମଧ୍ୟରେ ବୁଧବାର ଦିନ ସକାଳୁ ସମାକୋଇ ସଂରକ୍ଷିତ ଜଙ୍ଗଲୁ ବନ ବିଭାଗ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ କରିଛନ୍ତି । ଏହି ସବୁ ମୂଲ୍ୟବାନ କାଠ ତେଲକୋଇ ବନାଂଚଳ ଅଧିନସ୍ଥ ସମାକୋଇ ସଂରକ୍ଷିତ ଜଙ୍ଗଲ ଗୁଣ୍ଡରିଯୋଡା ଗାଁ କଟେଇ ନାଳୀ ସାହୀସୁନ୍ଦରିଆ ପାହାଡରୁ ଜବତ କରାଯାଇଛି । ବନ ବିଭାଗର ଅଚାନକ ଚଢାଉ ସମୟରେ ତିନି ଜଣ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଗିରଫ କରିବାରେ ବନ ବିଭାଗ ସଫଳ ହୋଇଥିଲା । ଗତ କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଂଚଳ ରୁ ବହୂ ପରିମାଣରେ ମୂଲ୍ୟବାନ କାଠ ଚୋରା ଚାଲାଣ ହେଉଥିବା ସଂପର୍କରେ ଅଭିଯୋଗ ହୋଇ ଆସୁଥିଲା । ବିଳମ୍ବରେ ହେଲେବି ବନ ବିଭାଗ ତପôରତା କରି କିଛି ପରିମାଣର କାଠ ଜବତ କରିବାରେ ସଫଳ ହୋଇଛି । ବୁଧବାର ସକାଳ ପ୍ରାୟ ୧୦ ଟା ବେଳକୁ ଜଙ୍ଗଲରୁ କାଠକଟା ଯାଉଥିବା ଖବର ବନ ବିଭାଗକୁ ମିଳିଥିଲା । ଫଳରେ ଦଳବଳ ସହବନ ବିଭାଗ ସେହି ସୁନ୍ଦରିଆ ଜଙ୍ଗଲରେ ଅଚାନକ ଚଢାଉ କରିଥିଲା । ଏବଂ କାଠସହ କାଠ କଟା ସରଂଜାମ ସହ ଜଚ୍ଚଙ୍କୁ ଗିରଫ କରିଥିଲା । ଜବତ କାଠର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି ।ଏହି ଘଟଣାର ମାଷ୍ଟର ମାଇଣ୍ଡ ସଂପର୍କରେ ତଥ୍ୟ ସଂଗ୍ରହ ଲାଗି ତନାଘନା ଜାରି ରହିଥିବା କଥା ତେଲକୋଇ ର ବନାଂଚଲ ଅଧିକାରୀ ପିତାମ୍ବର ନାୟକ ଙ୍କ ଠାରୁ ସୂଚନା ମିଳିଛି । ଏବଂ ମାଷ୍ଟର ମାଇଣ୍ଡ ହାତରେ ଲାଗିଲା ପରେ ଅନେକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ବନ ବିଭାଗ ଆଶା ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୬୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ – ୭୨ ଜଣ ଶିଶୁ ସଂକ୍ରମିତ – ୭ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୩/୦୯/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୬୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *