Saturday , December 4 2021
Home / ବିଶେଷ / ୧୦୬ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

୧୦୬ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୫/୦୯/୨୦୧୯(ଓଡ଼ିଶା ସମାଚାର)-ଅନୁସୂଚିତ ଜାତି ଓ ଜନଜାତି , ପଛୁଆବର୍ଗ ଓ ସଂଖ୍ୟାଲଘୁ ମାନଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି । ସେମାନଙ୍କ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକପ୍ରକାଶ କରିଛନ୍ତି । ବୁଧବାର ଦିନ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂଆ ଓଡିଶା ଗଠନ ପାଇଁ ନିଯୁକ୍ତିପତ୍ର ପାଇଥିବା ୧୦୬ ନୂଆ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୱେଲଫେୟାର ଓ ଏକ୍ସଟେନସନ୍ ଅଫିସର (ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ)ମାନେ ଅଂଶୀଦାର ହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତିି । ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ଓଡିଶା ଏକ ଆଦର୍ଶ ରାଜ୍ୟ ହୋଇପାରିଛି । ତାଙ୍କ ସରକାରରେ ସାଧାରଣ ଲୋକ ହେଉଛନ୍ତି ମୁଖ୍ୟ । ନିଯୁକ୍ତି ପାଇଥିବା ନୂଆ ଅଧିକାରୀମାନେ ସରକାରୀ ଚାକିରୀଆ ବୋଲି ନିଜକୁ ନଭାବି ପରିବର୍ତନର ନେତୃତ୍ୱ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଯତ୍ନଶୀଳ ହେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ଓଡିଶାର ପରିବର୍ତନ ଲାଗି୫-ଟି ସୂତ୍ରକୁ ପ୍ରତି କ୍ଷେତ୍ରରେ କାର୍ଯ୍ୟକାରୀ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସାଧାରଣ ଜୀବନରେ ନିଜକୁ ସ୍ୱଚ୍ଛ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ କଲ୍ୟାଣ ନିଗମର ବିକାଶ ଓ ଅଦିବାସୀ ସାମଗ୍ରୀର ବିକ୍ରିବଟା ପାଇଁଏକ ଇ- କମର୍ସ ପୋଟାଲର ଶୁଭାରମ୍ଭ କରିଥିଲେ । ଏହାସହ ଓଡିଶାର ୧୩ଟି ନିର୍ଦ୍ଧିଷ୍ଟ ଆପଦଗ୍ରସ୍ତ ଜନଜାତିଙ୍କ ପାଇଁ ଓପିଇଏଲଆଇପି ମାଧ୍ୟମରେ ବିକାଶପାଇଁ ଇ- ସମୃଦ୍ଧି ଆପ୍ ର ଲୋକାର୍ପଣ ଏବଂ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟର ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓଏସଟିଏମ୍ ଡଟ୍ ଇନ୍ର ଶୁଭାରମ୍ଭ କରିଥିଲେ । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା , ସଚିବ ରଂଜନା ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *