Tuesday , December 7 2021
Breaking News
Home / ବିଶେଷ / ହରିଶ୍ଚନ୍ଦ୍ର ଯୋଜନା ବାଟବଣା !

ହରିଶ୍ଚନ୍ଦ୍ର ଯୋଜନା ବାଟବଣା !

ଗରଦପୁର,୫/୯/୨୦୧୯(ଓଡ଼ିଶା ସମାଚାର)-  ସରକାରଙ୍କର ହରିଶ୍ଚନ୍ଦ୍ର ଯୋଜନା ଧିରେ ଧିରେ ବାଟବଣା  ହେବାକୁ ବସିଲାଣି । ଏହି ଯୋଜନାରେ ପଂଚାୟତକୁ ଅନୁଦାନ ଆସୁ ନ ଥିବାରୁ ସ୍ଥାନୀୟ ସରପଂଚମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାର ଜଣାଯାଇଛି । ପ୍ରକାଶ ଯେ, ଏହି ଯୋଜନାରେ ଗ୍ରାମାଂଚଳରେ ଥିବା ଦରିଦ୍ର ଲୋକଙ୍କର  ବିୟୋଗ ଘଟିଲେ,ମୃତକଙ୍କ ଶବ ସଂସ୍କାର କରାଯିବା ପାଇଁ  ପଂଚାୟତ ପ୍ରଶାସନଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଦୁଇ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ମାତ୍ର ଗତ ଦୁଇ ବର୍ଷ ହେଲା ଏହି ଯୋଜନାରେ ପଂଚାୟତକୁ ଅନୁଦାନ ରାଶି ଆସୁ ନ ଥିବାରୁ ସରପଂଚମାନେ କୌଣସି ନା କୌଣସି ଉପାୟରେ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଆସୁଥିବା ପାଟକୁରା ପଂଚାୟତର ସରପଂଚ ସୂର୍ଯ୍ୟମଣୀ ସେଠୀ ପ୍ରକାଶ କରିଛନ୍ତି । ମାତ୍ର ଏହି ଯୋଜନାରେ ସରକାରୀ ଅନୁଦାନ ଗତଦୁଇ ବର୍ଷ ହେଲା ଆସି ନାହିଁ । ଫଳରେ ଏହାକୁ ନେଇ  ପଂଚାୟତ ପ୍ରଶାସନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ସମ୍ପର୍କରେ ବିଗତ ଦିନରେ ବିଭିନ୍ନ ସମୟରେ ଗରଦପୁର ବ୍ଳକ ପରିସରରେ ଅନୁଷ୍ଠିତ ହୋଇଥିବା ଜିଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ବିଭିନ୍ନ ପଂଚାୟତର ସରପଂଚମାନେ ଏ ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୂର୍ବ  ଜିଲାପାଳ ମଧ୍ୟ ଏହି ସମସ୍ୟାର ତୁରନ୍ତ ସମାଧାନ କରିବେ ବୋଲି ମତ ପ୍ରକାଶ କରିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ପଂଚାୟତଗୁଡିକୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉ ନ ଥିବାରୁ ସରପଂଚମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ଯୋଜନା ଏକ ସରକାରୀ  ଯୋଜନା ହୋଇଥିବାରୁ ସରପଂଚମାନେ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେଇ ଆସୁଥିବା ସରପଂଚମାନେ ପ୍ରକାଶ କରିଛନ୍ତି । ଏକ ସମୀକ୍ଷାରୁ ଜଣାଯାଇଛି ଯେ ପାଟକୁରା ପଂଚାୟତରେ ଏହି ଯୋଜନାରେ ୬୬ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ,ପଦ୍ମପୁର ପଂଚାୟତରେ ୮୦ ହଜାର ଟଙ୍କା,ସେହିପରି କଳାବୁଦା ପଂଚାୟତରେ ମୋଟ ୪୨ ଗୋଟି ଘଟଣା ଘଟିଥିବା ବେଳେ,ସେଥି ମଧ୍ୟରୁ ୨୫ ଗୋଟି ଘଟଣାରେ କଳାବୁଦା ସରପଂଚ ପ୍ରକାଶ ସାହୁ ନିଜ ହାତରୁ ବ୍ୟୟ କରିଥିବା  ପ୍ରକାଶ କରିଛନ୍ତି । ତଳକୁସୁମା ପଂଚାୟତରେ ମୋଟ ୫୫ ଗୋଟି ଘଟଣା ଘଟିଥିଲେ ମଧ୍ୟ ସେଥି ମଧ୍ୟରୁ  ୩୦ଗୋଟି ଘଟଣାରେ ସରପଂଚ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେଇଛନ୍ତି । କେନ୍ଦ୍ରାପଡା ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଏହି ଯୋଜନାରେ ପଂଚାୟତଗୁଡିକୁ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ସରପଂଚମାନଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ …

Leave a Reply

Your email address will not be published. Required fields are marked *