କଟକ,୦୫/୦୯/୨୦୧୯(ଓଡ଼ିଶା ସମାଚାର)- ରେଭେନ୍ସା ମହାବିଦ୍ୟାଳୟ ନିକଟରେ ଥିବା ତାରିଣୀ ଠାକୁରାଣୀଙ୍କ ସମ୍ମୁଖରେ ଜଣେ ଛାତ୍ରୀଙ୍କ ଉପରେ ଏକ ଛାତ୍ରୀଙ୍କ ଉପରେ ଏକ ଟ୍ରକ୍ ଚଢ଼ିଯିବାରୁ ସମ୍ପୃକ୍ତ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଚୌଦ୍ୱାର ଅଂଚଳର ଅନପୂର୍ଣ୍ଣା ଚୌଧୁରୀ ନାକ ଯୁକ୍ତ ୩ ଶ୍ରେଣୀର ଜଣେ ଛାତ୍ରୀ ଏକ ସ୍କୁଟିରେ ମହାବିଦ୍ୟାଳୟକୁ ଆସୁଥିବାବେଳେ ଏକ ଟ୍ରକ୍ ତାଙ୍କ ଉପରେ ଚଢ଼ିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଦୂର୍ଘଟଣା ଘଟାଇ ଟ୍ରକ୍ ଟି ପଳାଇ ଯାଇଥିବାବେଳେ ଦୂର୍ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । କିଛି ସମୟ ପାଇଁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଓଡ଼ିଶା ସମାଚାର