Thursday , June 30 2022
Breaking News
Home / ରାଜନୀତି / ବିଜେଡିର ନୂଆ ମିଡିଆ ଟିମ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଜେଡିର ନୂଆ ମିଡିଆ ଟିମ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୫/୦୯/୨୦୧୯(ଓଡ଼ିଶା ସମାଚାର)-ବିଜୁଜନତା ଦଳର ନୂଆ ମିଡିଆ ଟିମ୍ ଘୋଷଣାକରାଯାଇଛି । ଦଳୀୟ ସଭାପତି ତଥାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ଗଣମାଧ୍ୟମ ସଂଯୋଜକ ବା ମିଡିଆ କୋଅର୍ଡିନେଟର ଏବଂ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି । ଏହା ବ୍ୟତୀତ ୫ ଜଣ ଜାତୀୟ ମୁଖପାତ୍ର , ୧୪ ଜଣ ମୁଖପାତ୍ର ଓ ୧୦ ଜଣ ପାନେଲିଷ୍ଟଙ୍କୁ ନିଯୁକ୍ତି ଦେଇଛନ୍ତି । ସାଂସଦ ପିନାକୀ ମିଶ୍ର ,ଅନୁଭବ ମହାନ୍ତି , ଅମର ପଟ୍ଟନାୟକ,ଡ. ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁ ଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଧାୟକ ପ୍ରତାପ କେଶରୀ ଦେବ , ଦେବୀ ପ୍ରସାଦ ମିଶ୍ର ,ସାଂସଦ ପ୍ରଶାନ୍ତ ନନ୍ଦ, ସାଂସଦ ରମେଶ ଚନ୍ଦ୍ର ମାଝୀ , ବିଧାୟକ ବ୍ୟୋମକେଶ ରାୟ , ସୁବାଷ ଚୌହ୍ୱାନ , ସୁବାଷ ସିଂହ,ଆକାଶ ଦାଶ ନାୟକ , ଅନୁଭବ ପଟ୍ଟନାୟକ , ଡ. ଲେନିନ ମହାନ୍ତି ,ସୁଲତା ଦେଓ , ଲୋପାମୁଦ୍ରା ବକ୍ସିପାତ୍ର ,ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ଓ ଭରଦ୍ୱାଜ ମିଶ୍ରଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି ।ସେହିପରି ମିହିର ମହାନ୍ତି ,ଡ. ସନ୍ତୋଷ ଲେଙ୍କା. ବିଶ୍ୱଜିତ ମହାନ୍ତି , ସଂଜୟ ବାବୁ,ଡ. ହରିଶ ଚୌଧୁରୀ, ତପନ ଦାସ,ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝୀ,ଚକ୍ରଧର ଦାଶ ଓ ଓମ୍ ପ୍ରକାଶ ସାହୁ ଙ୍କୁ ପାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ

କନ୍ଧମାଳ,୨୫/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଠାକୁରାଣୀ ଯାତ୍ରା କାର୍ଯ୍ୟଳୟ ଠାରେ ଜିଲ୍ଲା ବିଜେପି ଦଳ …

Leave a Reply

Your email address will not be published. Required fields are marked *