ଗରଦପୁର,୫/୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ପରିସରରେ ଆଜି ବ୍ଲକ୍ ବିଜୁ ଯୁବ ବାହିନୀ ତରଫରୁ ସବୁଜ ବନାନୀ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବୃକ୍ଷ ରୋପଣ ସମ୍ପର୍କରେ ସାମାଜୀକ ଜନ ସଚେତନତା ସୃଷ୍ଟି କରାଯିବା ସହ ବ୍ଲକ୍ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ବ୍ଲକ୍ ବିଜୁ ଯୁବ ବାହିନୀ ସଂଯୋଜକ ଶ୍ରୀକାନ୍ତ କୁମାର ପରିଡ଼ା ସଭାପତିତ୍ୱ କରିଥିବାବେଳେ ଏଥିରେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଧରଣୀଧର ବେହେରା , ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ଜିଲା ବିଜୁ ଯୁବ ବାହିନୀ ସଂଯୋଜକ ଅମିତାଭ ସାହୁ , ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି, ସାମ୍ବାଦିକ ନବଘନ ନାୟକ, ବ୍ଲକ୍ ବିଜେଡ଼ି ସଭାପତି ଶୈଳେନ୍ଦ୍ର ମହାନ୍ତି, ଦିଲିପ ସେଠୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ ସାହୁ , ଜିଲା ପ୍ରୋଜେକ୍ଟ ଅଫିସର ଅନନ୍ତ ନାୟକ ପ୍ରମୁଖ ଯୋଗ ଦେଇ ବିଜୁ ଯୁବ ବାହିନୀର ଏହି ସାମାଜୀକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଜରିଆରେ ନିଆଯାଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ । ଏହି କାର୍ଯ୍ୟକ୍ରମ ଯୁବ ବାହିନୀ ତରଫରୁ ଆଜି ଉଦଘାଟିତ ହୋଇଥିବାବେଳେ ଏହା ପ୍ରତି ପଂଚାୟତରେ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ବାହିନୀ ସଭାପତି ଆଲୋକ କୁମାର ମାହାଳି, ହିମାାଂଶୁ ଜେନା, ପ୍ରଦୀପ ସ୍ୱାଇଁ, ହିମାଂଶୁ ରଂଜନ ସାହୁ, ପ୍ରମୋଦ ପତି ପ୍ରମୁଖ ନେତୃତ୍ୱ ନେଇଥିଲେ । ବ୍ଲକ୍ ପରିସରରେ ବଉଳ,ପିଜୁଳି, କୃଷ୍ଣଚୂଡ଼ା, କରଂଜ ଆଦି ବୃକ୍ଷ ରୋପଣ କରାଯାଇଥିଲା । ଓଡ଼ିଶା ସମାଚାର