Sunday , October 1 2023
Home / ବିଶେଷ / ପ୍ରଧାନ ବିଚାରପତିଙ୍କୁ ମହନ୍ତଙ୍କ ଖୋଲା ଚିଠି

ପ୍ରଧାନ ବିଚାରପତିଙ୍କୁ ମହନ୍ତଙ୍କ ଖୋଲା ଚିଠି

ଭୁବନେଶ୍ୱର,୦୫/୦୯/୨୦୧୯(ଓଡ଼ିଶା ସମାଚାର)- ସାମ୍ପ୍ରତିକ ପୁରୀ ଉଚ୍ଛେଦ ଘଟଣାକୁନେଇ ସୁପି୍ରମକୋର୍ଟର ପ୍ରଧାନବିଚାରପତିଙ୍କୁ ମଠ ମହନ୍ତ ମାନେଖୋଲା ଚଠି ଦେଇଛନ୍ତି । ଐତିହ୍ୟରସୁରକ୍ଷା ପାଇଁ ଉଚ୍ଛେଦ ଉପରେରହିତାଦେଶ ଦେବାଲାଗି ଚିଠିରେଆବେଦନ କରାଯାଇଛି । ଏହି ଚିଠିରେଦର୍ଶାଯାଇଛି ଯେ, ଗତ ସପ୍ତାହରେ ଆଡ଼ଭୋକେଟ ଜେନେରାଲ କୋର୍ଟରେ ଯେଉଁ ବକ୍ତବ୍ୟ ରଖିଛନ୍ତି ସେଥିରେ ବହୁମିଛ କଥା ଉଲ୍ଲେଖ କରିଛନ୍ତି । ଉଚ୍ଛେଦ ସମ୍ପର୍କରେ ବୈଠକରେ ମହନ୍ତମାନେ ସମ୍ମତି ଦେଇଛନ୍ତି ବୋଲି ଯାହା କହିଛନ୍ତି ତାହା ଠିକ୍ ନୁହେଁ । ସେଭଳି ସମ୍ମତି ଆମେ ଦେଇ ନାହୁଁ । ଜିଲ୍ଲା ପ୍ରଶାସନ ଉଚ୍ଛେଦ ପାଇଁ ଆମ ଉପରେ ଚାପ ପକାଉଛି । ଶ୍ରୀମନ୍ଦିରର ପାଚେରୀଠାରୁ ୭୫ ମି. ପରିସୀମାମଧ୍ୟରେ ୧୮ଟି ମଠ ରହିଛି । ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟରେ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି । ପୁରାତନ ମଠର ସୁରକ୍ଷା ପରିବର୍ତେ ରାଜ୍ୟ ସରକାର ଧ୍ୱଂସ କରି ଚାଲିଛନ୍ତି ବୋଲି ଏଥିରେ ଦର୍ଶାଯାଇଛି । ପୁରୀରେ ଏବର ସ୍ଥିତିର ସମାଧାନ ପାଇଁ ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସୁପ୍ରିମକୋର୍ଟ ଆମିକସ କୁ୍ୟରୀ ଏବଂ ଏସଜିଙ୍କୁ ପୁରୀ ଆସିବାକୁ କହିଛନ୍ତି । ସରକାର ସେମାନଙ୍କୁ ଅପେକ୍ଷା ନ କରି ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିଚାଲିଛନ୍ତି । ଏଥିପ୍ରତି ତୁରନ୍ତ ଦୃଷ୍ଟିଦେବା ପାଇଁ ମହନ୍ତମାନେ ମୁଖ୍ୟବିଚାରପତିଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *