ଭୁବନେଶ୍ୱର,୦୫/୦୯/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ରାଜଧାନୀରେ ପୁଣି ପୋଲିସ ର ଏନକାଉଂଟର । ଦୁର୍ଦ୍ଧାନ୍ତ ଅପରାଧୀ ସୁଶାନ୍ତ ମାଝୀ ଆଲିଆସ୍ ବେଲିଆ ଆହତ ହୋଇଛି । ତା ବାମ ଗୋଡ଼ରେ ଗୁଳି ବାଜିଛି । ଖୋର୍ଦ୍ଧା ର ଏହି ଦୁଦ୍ଧାନ୍ତ ଅପରାଧୀ କୁ ରାତି ପ୍ରାୟ ସାଢ଼େ ୩ ଟାରେ ରାଜଧାନୀର କଳିଙ୍ଗନଗର କେ-୭ ଅଂଚଳରେ ଏନକାଉଂଟର ହୋଇଛି । ତା ନିକଟରୁ ଏକ ୯ଏମ ଏମ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି । ତା ଘର ନୟାଗଡ଼ ହାଟବସ୍ତା ଅଂଚଳରେ । ସେ ନୟାଗଡ଼ରୁ ଭୁବନେଶ୍ୱର ଆସିଥିଲା । ବୁଧବାର ରାତି ପ୍ରାୟ ସାଢ଼େ ୩ ଟା ରେ ରାଜଧାନୀର କୌଣସି ସ୍ଥାନରେ ଡ଼କାୟତିପାଇଁ ସହଯୋଗୀଙ୍କୁ ଅପେକ୍ଷାକରିଥିବାବେଳେ ମୋଷ୍ଟ ୱାନଟେଡ଼ ଥିବା ଏହି ଅପରାଧୀ କଳିଙ୍ଗନଗର କେ-୭ ଅଂଚଳରେ ଥିବା ସୂଚନା ପାଇ ପୋଲିସ୍ ସେଠାରେ ପହଂଚିଥିଲା । ପୋଲିସ୍ ଓ ବେଲିଆ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସ୍ ର ଏକ ଗୁଳି ବେଲିଆର ବାମ ଗୋଡ଼ରେ ବାଜିବା ପରେ ସେ ଆହତ ହୋଇଥିଲା । ତାକୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଆହତ ବେଲିଆ ନାମରେ ୧୦ ରୁ ଅଧିକ ମାମଲା ରହିଛି । ସେ ମୋଷ୍ଟ ୱାନଟେଡ଼ ଥିଲା । ଗତ ୨୦୧୭ ମସିହାରେ ଟାଙ୍ଗୀ ରେ ଏଟିଏମ ରୁ ୬୦ ଲକ୍ଷ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିଲା । ଏଥିସହିତ ଏହି ଲୁଟ ରେ ଟଙ୍କା ଭାଗ ବଂଟାକୁ ନେଇ ତାର ସହଯୋଗୀ ବବଲୁ କୁ ହତ୍ୟା ଉଦ୍ୟମ କରିଥିଲା । ଗତ ୯ ମାସ ତଳେ ଏକ ଗୁଲିକାଣ୍ଡ ମାମଲାରେ ସମ୍ପୃତ ଥାଇ ସେହିଦିନୁ ସେ ଫେରାର ଥିଲା । ଏହି ଏନକାଉଂଟର ହେଉଛି ଅପରେସନ୍ କ୍ଲିନ୍ -୨୦୧୯ ରେ କମିଶନରେଟ ପୋଲିସ୍ ର ୬ଷ୍ଠ ଏନକାଉଂଟର । ଓଡ଼ିଶା ସମାଚାର