ଖୋର୍ଦ୍ଧା / ଭୁବନେଶ୍ୱର,୦୫/୦୯/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଖୋର୍ଦ୍ଧାରେ ପୋଲିସ୍ ର ଏନକାଉଂଟର । ଏହି ଏନକାଉଂଟର ରେ ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ଖକ୍ସୁରୀଆ ଗ୍ରାମର କୁଖ୍ୟାତ ଅପରାଧୀ ଜାମସେଦ ଖାନ୍ ଆହତ ହୋଇଛି । ବୋମା ମାଡ଼ କରି ଫେରାର ହେବାକୁ ଉଦ୍ୟମ କରିବା ସମୟରେ ପୋଲିସ୍ ଏନକାଉଂଟର କରିଥିଲା । ଏଥିରେ ୪ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଥିବାବେଳେ ପୋଲିସ୍ ର ଗୁଳି ତା ବାମ ଗୋଡ଼ରେ ବାଜିଥିଲା । ତାକୁ ଖୋର୍ଦ୍ଧାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମସ୍ କୁ ସ୍ଥାନାନ୍ତରିତ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ପ୍ରାୟ ରାତି ୨ ଟା ବେଳେ ରାମେଶ୍ୱର ଅଂଚଳରେ ଡ଼କାୟତି ପାଇଁ ସେ ଯୋଜନା କରୁଥିବା ଖବର ପାଇ ନିରାକାରପୁର ଥାନା ପୋଲିସ୍ ଓ ଟାଙ୍ଗୀ ଥାନା ପୋଲିସ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ଆହତ ୪ ଜଣ ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସପିଟାଲ ରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର