Wednesday , October 20 2021
Breaking News
Home / ବିଶେଷ / ଖାଦ୍ୟ ସୁରକ୍ଷା ଯୋଜନାରେ ରାସନକାର୍ଡ ଥାଇ ବି ଖାଉଟି ସାମଗ୍ରୀ ପ୍ରଦାନ କରାନଯିବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ଖାଦ୍ୟ ସୁରକ୍ଷା ଯୋଜନାରେ ରାସନକାର୍ଡ ଥାଇ ବି ଖାଉଟି ସାମଗ୍ରୀ ପ୍ରଦାନ କରାନଯିବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା ୦୫/୦୯/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନକାର୍ଡ ଥାଇବି ସଂପୃକ୍ତ ଡିଲର ଖାଉଟି ସାମଗ୍ରୀ ପ୍ରଦାନ ନକରିବା ଘଟଣା ଏହି ଯୋଜନାକୁ ଲକ୍ଷ୍ୟଚୁ୍ୟତ କରିଛି । ଡିଲରଙ୍କ ମନମାନିରେ ଅତିଷ୍ଟ ହୋଇ ସଂପୃକ୍ତ ହିତାଧିକାରୀ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ  ନିକଟରେ ଅଭିଯୋଗ କରିବା ପରେବି ଖାଉଟି ସାମଗ୍ରୀ ପାଇବାରୁ ବଂଚିତ ହୋଇଛନ୍ତି  ।  ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଂଚାୟତର ଦଶିପୁର ଗ୍ରାମର ସୂର୍ଗତ ହରେକୃଷ୍ଣ ଦାଶଙ୍କ ପୁଅ ବିବେକାନନ୍ଦ ଦାଶଙ୍କ ନାମରେ ଥିବା ରାସନ କାର୍ଡ ନମ୍ବର – ୧୭୦୧୦୯୧୨୩୨୪ରେ ସଂପୃକ୍ତ ଡିଲର  ଗତ ୫ମାସହେବ ବିବେକାନନ୍ଦଙ୍କୁ ଖାଉଟି ସାମଗ୍ରୀ ଦେଉନାହାନ୍ତି ।   ଏ ସମ୍ପର୍କରେ ବିବେକାନନ୍ଦ  ବ୍ଲକର ମାକେର୍ଟିଂ ଇନିସପେକ୍ଟରଙ୍କ ଠାରୁ ଆରମ୍ଭ କରି ଆଳି ବିଡିଓ, ଉପଜିଲ୍ଲାପାଳ ଓ ଶେଷରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେବି ଖାଉଟି ସାମଗ୍ରୀ ପାଇବାରୁ ବଂଚିତ ହେବା ଘଟଣା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ  ଯେଉଁ ଲକ୍ଷ୍ୟ ନେଇ ଏହି ଯୋଜନାଟି ପ୍ରଣୟନ କରାଯାଇଥିଲା ତାହା ସଂପୂର୍ଣ୍ଣ ଲକ୍ଷ୍ୟଭ୍ରଷ୍ଟ ହେବାକୁ ବସିଛି  । ତେଣୁ ଏଭଳି ପରିସ୍ଥିତିରେ କେନ୍ଦ୍ରାପଡାର ଲୋକପ୍ରିୟ ଜିଲ୍ଲାପାଳ ଏହି ଘଟଣାରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କଲେ ଅନ୍ୟ ଖାଉଟି ବା ହିତାଧିକାରୀ ଭବିଷ୍ୟତରେ ଏକାଭଳି ହଇରାଣ ହରକତର ସମ୍ମୁଖିନ ହେବେ ନାହିଁ ବୋଲି ବିବେକାନନ୍ଦ ଜିଲ୍ଲାପାଳଙ୍କୁ ନିବେଦନ କରି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *