ତାରପୁର, ୦୫/୦୯/୨୦୧୯(ଓଡ଼ିଶା ସମାଚାର)- ଗୁରୁବାର ଦିନ ଉତରକୂଳସ୍ଥିତ ଆନନ୍ଦମାର୍ଗ ଜାଗୃତି ସ୍କୁଲ ପକ୍ଷରୁ ସ୍ୱଛତା ପକ୍ଷ ପାଳନର ପଂଚମ ଦିବସରେ ଗୋଷ୍ଠି ସଚେତନତା ଦିବସ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଦିନ ୧୧ ଟା ବେଳେ ନିକଟସ୍ଥ ମୁଗୁରିଆ ଓ ଉତରକୂଳ ଗ୍ରାମକୁ ସ୍ୱଛତା ସମ୍ବନ୍ଧୀୟ ଜନ ସଚେତନତା ପାଇଁ ଏକ ଶୋଭାଯାତ୍ରାରେ ବାହାରି ସ୍ୱଛ ଭାରତ ସମ୍ବନ୍ଦିୟ ସ୍ଲୋଗାନ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ମଲିକ ଓ ଛାତ୍ର ଅସିମ କୁସୁମ ସ୍ୱଛତା ସମ୍ବନ୍ଧିୟ ସଚେତନାମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ପରେ ଛାତ୍ର ଛାତ୍ରୀମାନେ ମା ସୁଦାମବତୀ ଙ୍କ ମନ୍ଦିର ପରିସର ସଫେଇ କରିଥିଲେ । ଉକ୍ତ ବିଦ୍ୟାଳୟରେ ଗୁରୁଦିବସ ମଧ୍ୟ ପାଳନ କରାଯାଇଥିଲା । ଓଡ଼ିଶା ସମାଚାର
Check Also
ତେଣ୍ଡାକୁଡ଼ା ସରକାରୀ ଫଜଲହକ୍ ହାଇସ୍କୁଲ ରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଓ ନିରାପତା ତାଲିମ ଶିବିର
ଗରଦପୁର,୨୪/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ସରକାରୀ ଫଜଲହକ୍ ହାଇସ୍କୁଲ ରେ ମଙ୍ଗଳବାର ଦିନ ବିପର୍ଯ୍ୟୟ …